ସୁବର୍ଣ୍ଣା ର ରଜତ ଜୟନ୍ତୀ ଉତ୍ସବ ଉଦଯାପିତ 

0
120
ସୁବର୍ଣ୍ଣା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୧୧/୧୨) : ସୁବର୍ଣ୍ଣପୁର ର ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ର ରଜତ ଜୟନ୍ତୀ ଉତ୍ସବ ମହା ସମାରୋହ ରେ ଉଦଯାପିତ ହୋଇ ଯାଇଛି ।WhatsApp Image 2022 12 11 at 09.19.17 ସୁବର୍ଣ୍ଣା ର ରଜତ ଜୟନ୍ତୀ ଉତ୍ସବ ଉଦଯାପିତ 

ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ତଥା ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ର ପ୍ରାକ୍ତନ ଅଧ୍ୟକ୍ଷା ନିବେଦିତା ନାୟକ ଯୋଗ ଦେଇ ସମାଜ ରେ ନାରୀ ସଶକ୍ତି କରଣ ର ମହତ୍ୱ ସମ୍ପର୍କ ରେ ଆଲୋଚନା କରିବା ସହିତ ସେ ଦିଗ ରେ ସୁବର୍ଣ୍ଣା ନାରୀ ଜାଗରଣ ର ଉଲ୍ଲେଖନୀୟ ଭୂମିକା ଉପରେ ଅନେକ ପ୍ରମାଣ ବା ଉଦାହରଣ ରଖିଥିଲେ ।

ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ ଦୀର୍ଘ ୩୦ ବର୍ଷ ଧରି ସୁବର୍ଣା ମହିଳା ଙ୍କ କ୍ଷେତ୍ର ରେ ସେବା କରି ସାରା ରାଜ୍ୟ ରେ ଖୁବ ପ୍ରତିଷ୍ଠିତ ଅନୁଷ୍ଠାନ ଭାବରେ ସୁନାମ ଅର୍ଜନ କରିଛି ବୋଲି ମତ ରଖି ଜ଼ିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମହିଳା ଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଉପରେ ପ୍ରଥମେ ଅଗ୍ରାଧିକାର ଦିଆଯିବ ଏବଂ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଦୃଢ଼ ପ୍ରତିଶୁତି ଦେଇଥିଲେ ।

ପ୍ରଖ୍ୟାତ ଲୋକ କବିରତ୍ନ ପଦ୍ମଶ୍ରୀ ଡ଼ଃ ହଳଧର ନାଗ ଏକ ଚମତ୍କାର କୋସୋଲି କବିତା ଆବୃତ୍ତି ମାଧ୍ୟମ ରେ ମା ମାଟି ଓ ମାତୃଭାଷା ପ୍ରତି ଓ ମାତୃ ସଂସ୍କୃତି ପ୍ରତି ସମସ୍ତେ ସମର୍ପିତ ହେବା ପାଇଁ ପ୍ରେରଣା ଯୋଗାଇଥିଲେ । ସୁବର୍ଣ୍ଣା ର ଉପଦେଷ୍ଟା ପ୍ରଫେସର ଡ଼ଃ ଜୟଦେବ ଦଣ୍ଡସେନା ଙ୍କ ସ୍ୱ ରଚିତ ଏକ ଗୀତ କୁ ସମସ୍ତେ ଗାନ କରିଥିଲେ । ଅନୁଷ୍ଠାନ ର ସଭାନେତ୍ରୀ ପ୍ରଫେସର ମୀନା ମହାରଣା ସଭା କୁ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସମ୍ପାଦିକା ମଞ୍ଜୁଳା ମିଶ୍ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ସୁବର୍ଣ୍ଣା ର ବରିଷ୍ଠ ସଭ୍ୟା ଇନ୍ଦୁମତୀ ପୁରୋହିତ ଓ ସୁନନ୍ଦା ସାହୁ ସଭା କୁ ସଂଯୋଜନା କରିଥିଲେ ।

ଶେଷରେ ଉପ ସଭାନେତ୍ରୀ ଭଗବତୀ ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ପରେ ନୃତ୍ୟ ପ୍ରତିଯୋଗିତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ସଭ୍ୟା ଆରତୀ ଖମାରି, ଶ୍ରଦ୍ଧାଞ୍ଜଳି ମିଶ୍ର, ମଞ୍ଜୁଳା ଝଙ୍କର, କଳ୍ପନା ମେହେର, ଗୀତା ବହିଦାର, ପୁଷ୍ପା ମେହେର, ଉର୍ମିଳା ସାହୁ, ପ୍ରଦୀପ ବଣ୍ଡକି ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ସେହିପରି ଏହି ଉତ୍ସବ କୁ ଗତ କାଲି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଉଦଘାଟନ କରି ନାରୀ ଜାଗରଣ ର ଏହି ମହତ ସେବା କୁ ପ୍ରଶଂସା କରିଥିଲେ ।