ମହାରାଷ୍ଟ୍ରରେ ଲାଗୁହେଲା ରାଷ୍ଟ୍ରପତି ଶାସନ

ମୁମ୍ବାଇ (୧୨।୧୧): ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ୧୯ ଦିନ ପରେ ଶେଷରେ ରାଜ୍ୟରେ ଆଜି ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ ହୋଇଥିବା ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହା ପୂର୍ବରୁ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ରାଜ୍ୟ ବର୍ତ୍ତମାନର ସ୍ଥିତି ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲେ। ରିପୋର୍ଟରେ ସେ କହିଥିଲେ, ସମ୍ବିଧାନ ଅନୁସାରେ ରାଜ୍ୟରେ ସରକାର ଗଠନ ହେବା ସମ୍ଭବ ନୁହେଁ। ସେ ତାଙ୍କ ରିପୋର୍ଟରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିଶ କରିଥିଲେ। କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ରାଜ୍ୟପାଳଙ୍କ ଏହି ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରିଥିଲା। ଏହାପରେ ଗୃହମନ୍ତ୍ରଣାଳୟ ଏହି ଫାଇଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲା। ରାଷ୍ଟ୍ରପତି ରାଜ୍ୟରେ ସମ୍ବିଧାନର ଧାରା ୩୫୬ ଅନୁସାରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି।

Comments are closed.