ସୀମାନ୍ତ ପଡିଆ ରେ ୭୭୦ କେଜି ଗଞ୍ଜେଇ ଜବତ

ପଡିଆ(୧୧/୧୧): ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ପୋଲିସକୁ ମିଳିଛି ବଡ ସଫଳତା, ୭ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଏକ ଗଞ୍ଜେଇ ଭରା ଟ୍ରକ୍ ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଆଜି ଏହି ଗିରଫ ଯୁବକଙ୍କୁ ପୋଲିସ ପକ୍ଷରୁ ପଚରାଉଚରା କରିବା ସହ ଡାକ୍ତରୀ ପରୀକ୍ଷା କରାଇ କୋର୍ଟ ଚାଲାଣ କରାଯାଥିଲା ।

ସୂଚନା ମୁତାବକ ଗତ ଶୁକ୍ରବାର ବିଳମ୍ବିତ ରାତିରେ ପଡିଆ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଓ ଏସ୍ ଆଇ ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ନେତୃତ୍ଵରେ ଏକ ଟିମ୍ ସୀମାନ୍ତ କମାରଗୁଡା ଗ୍ରାମ ଠାରେ ରାତ୍ରି ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଓଡିଶାରୁ ମଧ୍ୟପ୍ରଦେଶକୁ ଯାଉଥିବା ସିଜି ୦୪ ଏଚ ଡବ୍ଲ୍ୟୁ ୯୫୨୪ ବାର ଚକିଆ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ । ଏହି ଟ୍ରକ୍ କୁ ଯାଞ୍ଚ କରି ସେଥିରେ ରେ ୨୮ ଟି ଧଳା ରଙ୍ଗର ପଲିଥିନ୍ ବସ୍ତା ରେ ମୋଟ ୭୭୦ କେଜି ଗଞ୍ଜେଇ ଥିବା ଜଣାପଡ଼ିଲା । ଏହାପରେ ସାକ୍ଷିଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓ ଟ୍ରକ୍ ଚାଳକ ସୂରଜ ଶର୍ମାଙ୍କୁ ଗିରଫ କରାଯାଇଥିଲା। ଆଜି ସକାଳେ ଗିରଫ ସୂରଜଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ମାଲକାନଗିରି କୋର୍ଟ ଚାଲାଣ କରାଯଇଥିଲା। ଗିରଫ ଟ୍ରକ୍ ଚାଳକ ମଧ୍ୟପ୍ରଦେଶ ର ଇନ୍ଦୋର ଅଞ୍ଚଳ ର ହୋଇଥିବା ବେଳେ ଜବତ ଗେଞ୍ଜଇର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ୍ୟ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

କିଛି ଦିନ ପୂର୍ବେ ମଧ୍ୟ ଦୁଇଟି ବାଇକ୍ ଚାଳକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାବୁଡରେ ପଡି ହାଜତକୁ ଯାଇଥିବା ଜଣାପଡ଼ିଛି । ସୀମାନ୍ତରେ ଗଞ୍ଜେଇ ଚାଲାଣ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଥିବା ବେଳେ ପୋଲିସର ଏଭଳି ସଫଳତା ପରେ ଗଞ୍ଜେଇ ଚାଲାଣ କାରୀଙ୍କ ମନରେ ଛନକା ସ୍ରୁଷ୍ଟି କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ

Comments are closed.