ମାଲକାନଗିରିରେ ଅଜଣା ରୋଗ, ୬ଜଣ ଶିଶୁଙ୍କର ମୃତ୍ୟୁ

ମାଲକାନଗିରି(୧୨/୧୧): ମାଲକାନଗିରି କାଲିମେଳା ବ୍ଲକ ତାମାନପଲ୍ଲୀ ଗାଁରେ ଅଜଣା ରୋଗର ଆତଙ୍କ । ଗତ ୧୫ ଦିନ ମଧ୍ୟରେ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି | ଖବର ପାଇ ଗାଁରେ କାଲିମେଳା ମେଡ଼ିକାଲର ଏକ ଡ଼ାକ୍ତରୀ ଟିମ ପହଞ୍ଚି ଓ ଆଜି କୋରାପୁଟରୁ ସ୍ଵତନ୍ତ୍ର ଏକ ତିନି ଜଣକିଆ ଦଳ ଆଜି ତାମନପାଲ୍ଲୀ ଗାଁରେ ପହଂଚିଛି ।

ହେଲେ ପୁଣି ଜାପାନୀ ଜ୍ବର ଲେଉଟିଥିବା ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଆଦିବାସୀ ଲୋକେ । ସେପଟେ ଆଜି ବିଭିନ୍ନ ପିଲାଙ୍କର ଓ ନବଜାତ ଶିଶୁ ଓ ମା ଙ୍କର ବ୍ଲଡ ସାମ୍ପଲ ଓ କଫ କଲେକ୍ଟ କରି କୋରାପୁଟ ମେଡିକାଲ ଟିମ୍ ପ୍ରାଥମିକ ପରୀକ୍ଷାରୁ ବ୍ରଙ୍କୋନିମୋନିଆ ରୋଗ ବୋଲି ଚିହ୍ନଟ କରିଛନ୍ତି । କେଉଁ ରୋଗ ହୋଇଛି କେହି ଜାଣି ପାରୁନାହାନ୍ତି । ଗତ ୧୫ ଦିନ ମଧ୍ୟରେ ୬ ଶିଶୁଙ୍କ ମୃତ୍ୟୁ ହୋଇଛି । ଆହୁରି ୭ ଜଣ ଆକ୍ରାନ୍ତ ବି ହୋଇ ଥିଲେ ଏବେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ହୋଇ ଥିବାରୁ ସେମାନେ ଏବେ ଘରେ ଅଛନ୍ତି । ଆଜି ସୁସ୍ଥ ହୋଇ ଫେରିଛନ୍ତି । ମାଲକାନଗିରିକୁ ପୁଣି କଣ ଜାପାନୀ ଜ୍ବର ଫେରିଲା କି ଏମିତି ଭାବି ଲେକେ ଏ ଯାଏ ଆତଙ୍କିତ ।

କୁନି କୁନି ଶିଶୁଙ୍କୁ ଏହି ରୋଗ ମାଡିବସୁଛି । ପ୍ରଥମେ ଜ୍ବର, କାଶ, ଥଣ୍ଡା ଓ ବାରମ୍ବାର ବାନ୍ତି ହେବା ପରେ ଶିଶୁମାନଙ୍କର ମୃତ୍ୟୁ ହେଉଛି । ଏଭଳି ସ୍ଥିତରେ ଆଦିବାସୀ ଲୋକେ ଡାକ୍ତରି ଔଷଧ ପରିବର୍ତ୍ତେ ଗୁଣିଆ ଓ ଦିଶାରିଙ୍କ ଉପରେ ଭରସା କରୁଛନ୍ତି । ଖବର ପାଇ ଗାଁରେ କାଲିମେଳା ମେଡ଼ିକାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡ଼ାକ୍ତରୀ ଟିମ୍ ଓ କୋରାପୁଟ ରୁ ତିନି ଜଣ ଡାକ୍ତର ସ୍ଵପ୍ନ ସରିତ ସାହୁ, ସତୀଶ କୁମାର ଦଳାଇ, ଶିବ ସାଇ ସ୍ଵରୂପ ଆଜି ପହଞ୍ଚିଛନ୍ତି ସେହି ଗାଁ କୁ । ଆକ୍ରାନ୍ତ ଥିବା ଶିଶୁଙ୍କ ଓ ମା ରକ୍ତ ନମୁନା ସଂଗ୍ରହ କରାଯାଇଛି ପ୍ରାଥମିକ ପରୀକ୍ଷାରୁ ବ୍ରଙ୍କୋନିମୋନିଆ ରୋଗ୍ ଚିହ୍ନଟ ହୋଇଛି । ୩ ବର୍ଷ ତଳେ ମାଲକାନାଗିରିରେ ଜାପାନୀ ଏନସେଫାଲାଇଟିସ୍ ଆତଙ୍କ ଖେଳାଇଥିଲା । ପାଖା ପାଖି ଶହେ ଶିଶୁଙ୍କ ଅକାଳ ମୃତ୍ୟୁ ହୋଇଥିଲା । ଏବେ ପୁଣି ଥରେ ଶିଶୁଙ୍କ ମୃତ୍ୟୁଲୋକଙ୍କୁ ଭୟଭୀତ କରିଛି | ଲୋକଙ୍କ ମନରେ ପୁଣି ସେହି ଡର ସ୍ରୁଷ୍ଟି ହୋଇଛି ଯେ କଣ ପୁଣି ଫେରିବ କି ଜାପାନୀ ଜ୍ଵର ।

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ

Comments are closed.