Advertisements
Thursday, July 2, 2020
Home Children Issue ରାଜ୍ୟ ସ୍ତରୀୟ ସୁରଭିରେ ବୈପାରୀଗୁଡାର ଭିନ୍ନକ୍ଷମ ଛାତ୍ରୀ ଶିପ୍ରା ସରକାର

ରାଜ୍ୟ ସ୍ତରୀୟ ସୁରଭିରେ ବୈପାରୀଗୁଡାର ଭିନ୍ନକ୍ଷମ ଛାତ୍ରୀ ଶିପ୍ରା ସରକାର

ବୈପାରିଗୁଡା(୧୨/୧୧): ଆସନ୍ତା ନଭେମ୍ବର ୧୪ତାରିଖରେ ଶିଶୁ ଦିବସ ଅବସରରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ୨୦୧୯ ସୁରଭି କାର୍ଯ୍ୟକ୍ରମରେ ଗୀତ ପ୍ରତିଯୋଗିତାରେ ଭାଗ ନେବେ ବୈପାରିଗୁଡାର ସିପ୍ରା ସରକାର |

ଗତ କିଛି ଦିନ ପୂର୍ବେ ସିପ୍ରା କୋରାପୁଟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ୨୦୧୯ ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ | ଏଥିରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ୧୪ଟି ଦଳର ଛାତ୍ର ଛାତ୍ରୀ ଯୋଗଦେଇ ବିଭିନ୍ନ ପରିଯୋଗିତାରେ ଭାଗ ନେଇଥିବା ବେଳେ ଗୀତ ପ୍ରତି ଯୋଗିତାରେ ସିପ୍ରା ପ୍ରଥମ ସ୍ଥାନ ଅଧିକାର କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସିପ୍ରାଙ୍କୁ ପ୍ରଥମ ସ୍ଥାନ ଲାଗି ପୁରସ୍କାର ସହ ମାନପାତ୍ର ପ୍ରଦାନ କରିଥିଲେ |

ସିପ୍ରା ସରକାର ବୈପାରୀଗୁଡା ଗୌଡ଼ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଭିନ୍ନକ୍ଷମ ଛାତ୍ରୀ | ସିପ୍ରା ବ୍ଲକ ସ୍ତରୀୟ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଆୟାଜିତ ଗୀତ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ବେଳେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବକୁ ମନୋନୀତ ହୋଇଥିବାରୁ ସିପ୍ରାଙ୍କ ପରିବାର ସହ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉତ୍ସାହ ଦେଖିବାକୁ ମିଳିଛି |

ରିପୋର୍ଟ: ଏନ.ସନ୍ତୋଷ କୁମାର

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: