ଅଷ୍ଟାଦଶ ଶତାବ୍ଦୀ ପାଇକପଡା ଶୈବ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ-ଜ଼ିଲ୍ଲାପାଳ

ରାୟଗଡା(୧୧/୧୧): ପବିତ୍ର କାର୍ତ୍ତିକ ମାସ ଯାହାକୁ ହିନ୍ଦୁ ଧର୍ମାବଲମ୍ବୀ ଏକ ପୂଣ୍ୟ ମାସ ବୋଲି କହିଥାନ୍ତି ଏହି କାର୍ତ୍ତିକ ମାସ ଶେଷ ସୋମବାର ଦିନ ରାୟଗଡା ଜ଼ିଲ୍ଲାରେ ସମସ୍ତ ଶୈବ ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା | ରାୟଗଡା ଜ଼ିଲ୍ଲାରେ ଅତି ପୁରାତନ ପାତାଳେଶ୍ଵର ଶିବ ମନ୍ଦିର ପାଇକପଡା ଠାରେ ହଜାର ହଜାର ସଂଖ୍ୟାରେ ଶିବ ଭକ୍ତ ଭଗବାନ ଶିବଙ୍କ ଦର୍ଶନ ପାଇଁ ଲମ୍ବା ଧାଡିରେ ଛିଡା ହୋଇ ଦର୍ଶନ କରିଥିଲେ |

ଏହି ଅବସରରେ ରାୟଗଡା ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏହି ପାଇକପଡା ଶିବ ମନ୍ଦିରରେ ପହଂଚି ପୂଜା ଅର୍ଚନା କରିଥିଲେ | ନିଜର ବକ୍ତବ୍ୟରେ କହିଥିଲେ ଏହି ଜ଼ିଲ୍ଲାରେ ଆଦିବାସୀ ତଥା ଅନ୍ୟ ବର୍ଗରେ ଜନସାଧାରଣ ସରଳ ଓ ଭଗବାନ ବିଶ୍ୱାସୀ | ଏହି ପାଇକପଡା ପାତାଳେଶ୍ଵର ମନ୍ଦିରରେ ଉନ୍ନତି କରିବା ସହ ଏହି ଜ଼ିଲ୍ଲାରେ ଏକ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ରୂପେ ଗଢି ତୋଳିବା ପାଇଁ ମୁ ଚେଷ୍ଟା କରିବି | ଏହି ଶୈବ ମନ୍ଦିରଟି ପାହାଡ଼ ପରିବେଷ୍ଟନୀରେ ଗଢି ଉଠିଥିବା ସ୍ଥାପତ୍ୟ ସଂସ୍କୃତି କଳାରେ ଗାରିମା ନେଇ ରାୟଗଡା ଜ଼ିଲ୍ଲା ବହୁତ ଗର୍ବିତ କହିଥିଲେ ସେ | ନାଗବଳି ନଦୀ କୂଳରେ ଦେଉଳୀ ପାହାଡ଼ ପଦ ଦେଶରେ ଏକ ଆଦିବାସୀ ଗ୍ରାମ ପାଇକପଡା ଗାଁ ନିକଟରେ ଶୈବ ବୌଦ୍ଧ ଶକ୍ତି ପରମ୍ପରାରେ ବାର୍ତ୍ତା ନେଇ ଏହି ମନ୍ଦିର ପାତାଳେଶ୍ଵର ନାମରେ ନାମିତ | ଏହି ମନ୍ଦିରରେ କୋଟିଏ ଶିବ ଲିଙ୍ଗରୁ ମାତ୍ର ଗୋଟିଏ କମ ଲିଙ୍ଗ ସ୍ୱୟଂ ଆବିର୍ଭାବ ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ କୁହନ୍ତି |

ମନ୍ଦିର ଟ୍ରଷ୍ଟିରେ ସଭାପତି ଶ୍ରୀ ଜଗଦୀଶ ମହାପାତ୍ର କହିଛନ୍ତି ଏହି ମନ୍ଦିରରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଛି କିନ୍ତୁ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏହି ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀରେ ମାନ୍ୟତା ଦିଆଯାଇଛି କିନ୍ତୁ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ନାହିଁ ତେଣୁକରି ପର୍ଯ୍ୟଟକ ମହଲରେ ଅସନ୍ତୁଷ୍ଟ ଦେଖାଦେଉଛି | ଆମ ସମସ୍ତ ମନ୍ଦିର ପରିଚାଳନା କମିଟିରେ ସମସ୍ତ ସଭ୍ୟ ଜ଼ିଲ୍ଲାପାଳଙ୍କ ଏହି ମନ୍ଦିର ପରିଦର୍ଶନ ସମୟରେ ଏହି ମନ୍ଦିରରେ ଅସୁବିଧା ସମ୍ପର୍କରେ ଅବଗତ କରିଥିଲୁ ଓ ଜ଼ିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ଯେ ଏହି ଶୈବ ମନ୍ଦିରକୁ ଏକ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରି ଏହି ମନ୍ଦିରରେ ସବୁ ପ୍ରକାରର ଉନ୍ନତି କରାଯିବ | ଆଜିର ଏହି ଶେଷ ସୋମବାର ଦିନ ଏହି ମନ୍ଦିରରେ ନାମସଂକୀର୍ତ୍ତନ ସାଙ୍ଗକୁ ଭଜନ ସଂକିର୍ତନ ପରିବେଷଣ କରିଥିଲେ ଆଖ ପାଖ ଅଂଚଳ ତଥା ପଡୋଶୀ ଆନ୍ଧ୍ର ପ୍ରଦେଶ ଛତିଶଗଡରୁ ବହୁ ଶିବ ଭକ୍ତ ଏହି ମନ୍ଦିରକୁ ଦର୍ଶନ ପାଇଁ ସମାଗମ ହୋଇଥିଲା |

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ

Comments are closed.