Thursday, March 28, 2024

Top 5 This Week

Related Posts

ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୯/୧୨) : ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଯାପନୀ ଉତ୍ସବ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ରାଜ କିଶୋର ପୃଷ୍ଟି ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ୬ ନମ୍ବର୍ ଜୋନ ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ରାଣୀ ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସ୍ଵାଧୀନ ବିଶ୍ୱାଳ, ମୋ ସ୍କୁଲ ଅଭିଯାନ ସଭାପତି ରାଜ କୁମାର ପ୍ରଧାନ, ପରିଚାଳନା କମିଟି ସଦସ୍ୟ କୃତ୍ତିବାସ ପଲିଆ, କ୍ରୀଡ଼ା ଶିକ୍ଷକ ହିମାଂଶୁ ଶେଖର ମାଝୀ ମଞ୍ଚା ସିନ ଥିବାବେଳେ ବିଦ୍ୟାଳୟର ବାଣିଜ୍ୟ ଅଧ୍ୟାପକ ଜେନୀ ସାହୁ ମଞ୍ଚ ପରିଚାଳନା କରିଥିଲେ ।

ଖେଳ ଶିକ୍ଷକ ଭାବେ ଦଶରଥ ଭୋଇ, କୃଷ୍ନ ଚନ୍ଦ୍ର ସେଠୀ, ବନ୍ଦିତା ବିଶ୍ୱାଳ ଖେଳ ପରିଚାଳନା କରିଥିଲେ । ଦୁଇଦିନିଆ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷାୟତ୍ରୀ ଦିଲ୍ଲୀପ କୁମାର ନାଗ, ବାକଗୋପାଲ ନାଗ, ସୋନାଲିକା ଦାଶ, ଆରାଧନା ସାହୁ, ପ୍ରଜ୍ଞାପ୍ରକାସିନୀ ବେହେରା, ସୁଚିଶ୍ମିତା ସୁବୁଦ୍ଧି, ମୋନୋଜ କୁମାର ପ୍ରଧାନ, ବିମୋଲ ମଲ୍ଲିକ, ପ୍ରଣୟ କୁମାର ସାହୁ, କାର୍ତିକେଶ୍ୱର ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Popular Articles