Thursday, March 28, 2024

Top 5 This Week

Related Posts

ଖରିଫ ଧାନ ସଂଗ୍ରହ ସଚେତନତା ରଥକୁ ଶୁଭାରମ୍ଭ କଲେ ଉପଜିଲ୍ଲାପାଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୯/୧୨) : ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି ତରଫରୁ ଖରିଫ ଧାନ ସଂଗ୍ରହ କରିବା ନିମନ୍ତେ ସଚେତନତା ରଥକୁ ଶୁଭାରମ୍ଭ କଲେ ଉପଜିଲ୍ଲାପାଳ ଭୀମସେନ ଶବର

ଖରିଫ ଧାନ ସଂଗ୍ରହ ସଚେତନତା ରଥକୁ ଶୁଭାରମ୍ଭ କଲେ ଉପଜିଲ୍ଲାପାଳ । ଆର.ଏମ.ସି ସମ୍ପାଦକ ବିପିନ ବିହାରୀ ସ୍ୱାଇଁ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତରେ ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଆଜିଠାରୁ ରାୟଗଡ଼ା ଉପଖଣ୍ଡର ସମସ୍ତ ବ୍ଳକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ମାନଙ୍କରେ ଧାନ ବିକ୍ରୟ ସମ୍ପର୍କରେ ଚାଷୀଙ୍କୁ ସଚେତନତା କରିବ । ସେହି ଅନୁସାରେ ଯୋଗ୍ୟ ଚାଷୀମାନଙ୍କ ଠାରୁ ସରକାରଙ୍କ ନିର୍ଦ୍ଧାରିତ ଧାନ ମଣ୍ଡି ମାନଙ୍କରେ ଏଫକ୍ୟୁ ମାନର ଧାନ ସରକାରୀ ସହାୟକ ଦରରେ କ୍ରୟ କରାଯିବ ।

ସାଧାରଣ ମାନର ଧାନ ମୁଲ୍ୟ ୨୦୪୦ ଟଙ୍କା ଓ ଏ କିସମ ଧାନର ସାହାୟକ ମୂଲ୍ୟ ୨୦୬୦ ଟଙ୍କା ରଖାଯାଇଛି । ରାୟଗଡ଼ା ବ୍ଲକ ଅନ୍ତର୍ଗତ ରାୟଗଡ଼ା ଆର.ଏମ.ସି ୟାର୍ଡ ଜିମିଡିପେଟାରେ ଆର.ଏମ.ସି ୟାର୍ଡରେ ରାୟଗଡ଼ା ଲ୍ୟାମ୍ପ ସହିତ ସଂଯୋଗ କରୁଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକର ସମବାର ଓ ଶନିବାର ଦିନ ଧାନ କ୍ରୟ କରାଯିବ ।

ସେହିପରି ଏମ.ପି.ସିଏସ୍ ସହିତ ସଂଯୋଗ କରୁଥିବା ଗ୍ରାମ ପଞ୍ଚାୟତ ଗୁଡିକ ରାୟଗଡ ଆର.ଏମ.ସି ୟାର୍ଡରେ ଶନିବାର ଦିନ, ଜିମିଡିପେଟାରେ ଆରେଏମସି ୟାର୍ଡରେରେ ଶୁକ୍ରବାର ଦିନ, ପିପଳଗୁଡା ଲ୍ୟାମ୍ପସ ପରିସରରେ ମଙ୍ଗଳବାର ଦିନ ଚାଷୀ ମାନଙ୍କ ଠାରୁ ଧାନ କିଣାଯିବ । କଲନାରା ବ୍ଲକର କଲନାରା ଲ୍ୟାମ୍ପସ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡିକର ଧାନ ଲୋକପାଇ ଆର.ଏମ.ସି ୟାର୍ଡରେ ସମବାର ଓ ଶନିବାର, ମୁକୁନ୍ଦପୁର ଲ୍ୟାମ୍ପସ ପରିସରରେ ଶୁକ୍ରବାର ଦିନ, ଥେରୁବାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ଦିନ କଲନାରା ଲ୍ୟାମ୍ପସ ସହିତ ସଂଯୋଗ କରୁଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକର ଧାନ କ୍ରୟ କରାଯିବ ।

ସେହିପରି କଲ୍ୟାଣସିଂପୁର ବ୍ଳକର କଲ୍ୟାଣସିଂପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଶୁକ୍ରବାର, ମାଝୀଗୁଡା ଓ ବୁଡ଼ାଗୁଡା ଆରଏମସି ୟାର୍ଡରେ ଯଥାକ୍ରମେ ସମବାର ଓ ବୁଧବାର ଦିନ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ । କାଶୀପୁର ବ୍ଳକର କାଶୀପୁର ଓ ଟିକିରି ଲ୍ୟାମ୍ପସ ଯଥା କ୍ରମେ ଶୁକ୍ରବାର ଏବଂ ବୁଧବାର କିଣାଯିବ ।

Popular Articles