ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବନବାସୀ ସେବା ସମିତି ପ୍ରତିଷ୍ଠାତା ବିଶ୍ୱନାଥ ପଟନାୟକଙ୍କ ୧୦୪ତମ ଜୟନ୍ତୀ ପାଳିତ

ବାଲିଗୁଡା(୧୧/୧୧): କନ୍ଧମାଳ ଜିଲ୍ଲା ବାଲିଗୁଡା ବନବାସୀ ସେବା ସମିତି ପରିସର ରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦି ସର୍ବଦୟସେବକ ବିଶ୍ୱନାଥ ପଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି |

ମୁଖ୍ୟ ଅତିଥି ରୂପେ ଡସୁରେନ୍ଦ୍ର ନାଥ ସେନାପତି ବିଭାଗିୟ ମୁଖ୍ୟ ରେଡିଏସନ ଅନ୍କୋ ଲୋଜୀ ବିଭାଗ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର କଟକ, ମୁଖ୍ୟ ବକ୍ତା ଦେବବ୍ରତ ସାମଲ ଅଧ୍ୟକ୍ଷ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ବାଲିଆ ଯାଜପୁର, ସମ୍ମାନିତ ଅତିଥି ରୂପେ ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ, ପୂର୍ବତନ ଅଧ୍ୟକ୍ଷ ଡ ମଧୁ ସୂଦନମହାପାତ୍ର ମାଲକାନଗିରି ମହାବିଦ୍ୟାଳୟ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଟନାୟକଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ |

ବିଶ୍ୱନାଥ ଆଜ୍ଞାଙ୍କ ଜନ୍ମଦିନ ଅବସରରେ ଓଡିଶାର ତିନି ଜଣ ପ୍ରତିଭା ପଦ୍ମ ଶ୍ରୀ ଡ଼ି ପ୍ରକାଶ ରାଓଙ୍କୁ ଆଚାର୍ଯ୍ୟ ହରିହର-ଗୋପବନ୍ଧୁ ଚୌଧୁରୀ ସମ୍ମାନ, ଡାକ୍ତର ସୁନୀଲ କୁମାର ଅଗ୍ରୱାଲଙ୍କୁ ବିଶ୍ୱନାଥ ଆଜ୍ଞା ସେବା ସମ୍ମାନ, ମହିଳା କମିସନ ପୂର୍ବତନ ଅଧ୍ୟକ୍ଷା ନମିତା ପଣ୍ଡାଙ୍କୁ ରମାଦେବୀ-ମାଳତୀ ଚୌଧୁରୀ ସେବା ସମ୍ମାନ ପ୍ରଦାନ କରାଯାଇଛି | ଏହି ସମାରୋହ କାର୍ଯ୍ୟକ୍ରମରେ ଅଧକ୍ଷତା କରିଥିଲେ ବନବାସୀ ସେବା ସମିତି ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ତଥା ଅନୁଷ୍ଠାନର ଖଗେନ୍ଦ୍ର ନାୟକ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ | ସମ୍ପାଦକ ଉସବଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ବନବାସୀ ସେବା ସମିତିର ବିଶ୍ୱଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ |

ରିପୋର୍ଟ: ବିଭୁତି ଲହରିଆ

Comments are closed.