ନକଲି ଔଷଧ କାରବାର ଘଟଣା : ବିହାରରୁ ଜଣେ ଗିରଫ

0
107
ନକଲି ଔଷଧ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୯/୧୨) : କଟକରେ ନକଲି ଔଷଧ କାରବାର ଘଟଣାରେ ଆଉ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ବିକାଶ କୁମାର । ବିକାଶଙ୍କ ଘର ବିହାରର ଭାଗବତ ନଗର ଅଞ୍ଚଳରେ । ବିକାଶଙ୍କୁ ମିଶାଇ ମୋଟ ଗିରଫ ସଂଖ୍ୟା ୭ ରେ ପହଞ୍ଚିଛି ।

କଟକ ପୁରୀଘାଟରେ ଔଷଧ ବ୍ୟବସାୟୀଙ୍କୁ ବିକାଶ ନକଲି ଔଷଧ ଯୋଗାଉ ଥିବା ପୁଲିସ ଜାଣିବାକୁ ପାଇଥିଲା । ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ବିହାର ଯାଇ ବିକାଶଙ୍କୁ ଗିରଫ କରିଥିଲା । ତଥ୍ୟ ହାସଲ ଲାଗି ପୁଲିସ ବିକାଶଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ବୋଲି କଟକ ଆଡିସନାଲ ଡିସିପି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ପୁରୀଘାଟରେ ନକଲି ମେଡ଼ିସିନ କାରବାର ଘଟଣାରେ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ବିହାରକୁ ଯାଇଥିଲେ । ୬ ତାରିଖରେ ବିକାଶଙ୍କୁ ପାଟନା ରୁ ଗିରଫ କରାଯାଇଥିଲା । ଏହାପରେ ବିକାଶଙ୍କୁ ଏସଡିଜିଏମ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଥିଲା । ଗତକାଲି ତାଙ୍କୁ ପୁରୀ ଘାଟ ଥାନାକୁ ଅଣାଯାଇଛି ।