ପଲ୍ୟୁସନ ପ୍ରମାଣପତ୍ର ପାଇଁ ଭ୍ରାମ୍ୟମାଣ ଶିବିର

ଜି.ଉଦୟଗିରି(୧୧/୧୧): ସଡକ ସୁରକ୍ଷା ଆଇନ କର୍ଯ୍ୟକାରି ହେବା ପରେ ପରିବହନ ବିଭାଗ ପକ୍ଷରୁ ଗାଡି ମୋଟର ଯାଞ୍ଚ ଜାରି ରହିଛି। ଗାଡିର ପଲ୍ୟୁସନ ପ୍ରମାଣପତ୍ର କରିବାପାଇଁ ଜି .ଉଦୟଗିରିରେ କିଛି ସୁବିଧା ନ ଥିବାରୁ ସରକାର ସ୍ବୀକୃତପ୍ରାପ୍ତ ଭ୍ରାମ୍ୟମାଣ ଗାଡି ଆସି ଜି.ଉଦୟଗିରି ବସଷ୍ଟାଣ୍ଡରେ ଉକ୍ତ ପ୍ରମାଣପତ୍ର ଯୋଗାଇ ଦେଇଥିବାରୁ ଲୋକେ କିଛି ମାତ୍ରାରେ ଖୁସି ଥିବା ଜଣାପଡିଛି ।

କିନ୍ତୁ ଦୁଃଖର ବିଷୟ ଲର୍ଣ୍ଣି ଲାଇସେନ୍ସ କରିବାକୁ କିଛି ଏଠାରେ ଆଜି ସୁଦ୍ଧା ସୁବିଧା ନଥିବାରୁ ଚାଳକମାନେ ଫୁଲବାଣି କିମ୍ବା ବାଲିଗୁଡା ଯାଉଛନ୍ତି।ଫଳରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଏଣୁ ଜି.ଉଦୟଗିରି ଅଞ୍ଚଳବାସୀଙ୍କୁ ଭ୍ରାମ୍ୟମାଣ ଶିବିର ଜରିଆରେ ଶିଘ୍ର ଲର୍ଣ୍ଣି ଲାଇସେନ୍ସ ଯୋଗାଇଦେଲେ ଲୋକେ ଉପକୃତ ହେବା ସହ ଆଗକୁ ଫାଇନଦେବାରୁ ମୁକ୍ତି ପାଇପାରନ୍ତେ ।

ରିପୋର୍ଟ: ଜଗଦୀଶ ଦାସ

Comments are closed.