ପାଞ୍ଚ ଅନ୍ତରାଜ୍ୟ ହାଇୱେ ଡକାୟତ ଗିରଫ : କଳାହାଣ୍ଡି ପୋଲିସ କୁ ବଡ ସଫଳତା

0
106
ପାଞ୍ଚ ଅନ୍ତରାଜ୍ୟ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୮/୧୨) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ର ବଡ଼ ସଫଳତା ମିଳିଥିବା ଜଣାପଡିଛି । ପାଞ୍ଚ ଅନ୍ତରାଜ୍ୟ ହାଇୱେ ଡକାୟତ ଙ୍କୁ ଗିରଫWhatsApp Image 2022 12 09 at 10.09.57 ପାଞ୍ଚ ଅନ୍ତରାଜ୍ୟ ହାଇୱେ ଡକାୟତ ଗିରଫ : କଳାହାଣ୍ଡି ପୋଲିସ କୁ ବଡ ସଫଳତା

ପାଞ୍ଚ ଅନ୍ତରାଜ୍ୟ ହାଇୱେ ଡକାୟତ ଙ୍କୁ ଗିରଫ କରିବା ସହ ୧୯ ଗୋଟି ମୋଟର ସାଇକେଲ, ୩ ଗୋଟି ମୋବାଇଲ ଫୋନ, ୩ ହଜାର ଟଙ୍କା ,ଗୋଟିଏ ଲୁହାଛଡ଼୍ ଏବଂ ଏକ ଛୁରା ଜବତ କରିଛି କେସିଙ୍ଗା ପୋଲିସ । ଗତ ୭ ତାରିଖ ରାତି ଗୋଟାଏ ବେଳେ କେସିଙ୍ଗା ଥାନା ଅତିରିକ୍ତ ଆଇ ଆଇ ସି ମମତା ହେମବ୍ରମ ପୋଲିସ ଟିମ ସହ ପେଟ୍ରୋଲିଙ୍ଗ କରୁଥିବା ସମୟ ରେ ବିଶସ୍ତ ସୂତ୍ର ରୁ ଖବର ପାଇ ଏନଏଚ୍ ୨୬ ଅମାଠ ଛକ ପାଖରେ ଥିବା ଶିବ ମନ୍ଦିର ପାଖରେ ୩ ଟି ବାଇକ ଯୋଗେ ଛକି ବସିଥିବା ପାଞ୍ଚ ଜଣ ହାଇୱେ ଡକାୟତ ଙ୍କୁ ଧରିବାରେ ସଫଳ ହୋଇଥିଲେ ।

ଉକ୍ତ ଡକାଯତ ଗେଙ୍ଗ ର ମୁଖ୍ୟ ତରନିଷେଣ ଭୋଇଙ୍କୁ ଗିରଫ କରିବା ପରେ ସେମାନେ ବିଭିନ୍ନ ଘଟଣାରେ ସାମିଲ ଥିବା ଜଣାପଡ଼ିଥିଲା । କେସିଙ୍ଗା ପୋଲିସ ଡକାଯତ ବଲାଙ୍ଗୀର ଜିଲ୍ଲା ର ତରଣି ସେନ ଭୋଇ ଓ ଧୃବ ନାୟକ, ବୌଦ୍ଧ ଜିଲ୍ଲାର କନ୍ଦା ମାଝୀ, କଳାହାଣ୍ଡି ଜିଲ୍ଲା ର ପୁରୋଷୋତ୍ତମ୍ ନାୟକ ଓ ବିପିନ ଖର୍ସେଲ ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୯ ଗୋଟି ମୋଟର ସାଇକେଲ, ୩ ଗୋଟି ମୋବାଇଲ ଫୋନ, ୩ ହଜାର ଟଙ୍କା ,ଗୋଟିଏ ଲୁହାଛଡ଼୍ ଏବଂ ଏକ ଛୁରା ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପ୍ରକାଶ ।