Friday, March 29, 2024

Top 5 This Week

Related Posts

ନିଶା ନିବାରଣ ସଚେତନତା ରଥ ର ଜିଲ୍ଲା ପରିକ୍ରମା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୮/୧୨) : ସୁବର୍ଣ୍ଣପୁର ଜିଲ୍ଲାରେ ନିଶା ର କୁପରିଣାମ ଓ ସମାଜରେ ଏହାର ଭୟାବହତା କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅବକାରୀ ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଏକ ନିଶା ନିବାରଣ ସଚେତନତା ରଥକୁ ଜିଲ୍ଲା ପରିକ୍ରମଣ ପୂର୍ବକ ଜନ ସାଧାରଣଙ୍କୁ ସଚେତନତା କରିବା ଲକ୍ଷ୍ୟରେ ଶୁଭାରମ୍ଭ କରାଯାଇଛି ।WhatsApp Image 2022 12 09 at 10.09.46 1 ନିଶା ନିବାରଣ ସଚେତନତା ରଥ ର ଜିଲ୍ଲା ପରିକ୍ରମା

ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ନିଶା ନିବାରଣ ସଚେତନତା ରଥ କୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀ, ବିଭାଗୀୟ ସମସ୍ତ ଅଧିକାରୀ, ଓମ ଶାନ୍ତି ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ଡେପୁଟି କଲେକ୍ଟର ଆନନ୍ଦ ଚନ୍ଦ୍ର ପଣ୍ଡା, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ବିଭିନ୍ନ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରି ଜନସାଧାରଣ ଙ୍କୁ ନିଶା ର କୁପରିଣାମ ଉପରେ ସଚେତନତା କରାଇବ ।

Popular Articles