ପୂର୍ବତନ ଲେମ୍ପସ ପରିଚାଳକ ମହୁମାଛି ଆକ୍ରମଣରେ ଆହତ

ବୈପାରିଗୁଡା(୧୧/୧୧): ବୈପାରିଗୁଡା ଠାରୁ ଦୁଇ କିଲୋମିଟର ଦୂରରେ ଗୁପ୍ତେଶ୍ୱର ରାସ୍ତା ପାର୍ଶ୍ୱରେ ବୈପାରୀଗୁଡା ଲେମ୍ପସର ପୂର୍ବତନ ପରିଚାଳକ ସୋମନାଥ ରଥ ରାସ୍ତା ପାର୍ଶ୍ୱରେ ଥିବା ବ୍ରାହ୍ମଣ ସମାଜର ଗୃହ ନିର୍ମାଣ କାର୍ଯ୍ୟ ଦେଖିବାକୁ ଯାଉଥିବା ବେଳେ ହଠାତ ତାଙ୍କୁ ଶହଶହ ମହୁମାଛି ଏକା ସଙ୍ଗେ ଆକ୍ରମଣ କରିଥିବା ଜଣାପଡିଛି |

ଏହି ଖବର ଶୁଣିବା ମାତ୍ରେ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଘଟଣା ସ୍ଥଳରୁ ସୋମନାଥ ରଥଙ୍କୁ ପ୍ରଥମେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିବା ପରେ ୧୦୮ଆମ୍ବୁଲାନ୍ସ ଯୋଗେ ଜୟପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ କିନ୍ତୁ ରଥଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନ ସୁଧୁରିବାରୁ ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା | ଏବେ ସୋମନାଥ କୋରାପୁଟରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବାର ଜଣାପଡ଼ିଛି |

ରିପୋର୍ଟ: ଏନ.ସନ୍ତୋଷ କୁମାର

Comments are closed.