ବୁକୁରାମୁଣ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜାପାନିଜ୍ ଏନ୍ ସେଫ୍ରାଲାଇଟିସ୍ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ:- ନିରୋଜ ପାଣୀ
ପାଇକମାଳ(୧୧/୧୧): ପଦ୍ମପୁର ଉପଖଣ୍ଡର ବୁକୁରାମୁଣ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଆଜି ସୋମବାର ଦିନ ବହୁ ପ୍ରତୀକ୍ଷିତ ଜାପାନିଜ୍ ଏନ୍ ସେଫ୍ରାଲାଇଟିସ୍ ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପ କେନ୍ଦ୍ର ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞୀଳୀ ଦାଶଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ କାର୍ଯ୍ୟରତ ମେଡିକାଲ ଅଫିସର ଡଃ ମନସ୍ମିତା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଉଦଘାଟିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବୁକୁରାମୁଣ୍ତା ସମିତି ସଭ୍ୟ ଜଗନ୍ନାଥ ଛତ୍ରିଆ, ଆୟୁଷ ଡଃ ସେବ ବ୍ରତ ମେହେର,ସ୍ବାସ୍ଥ୍ୟ ପରି ଦର୍ଶକ ରବିନ୍ଦ୍ର ମୋହନ ଦାଶ, ମହିଳା ସ୍ବାସ୍ଥ୍ୟ ପରି ଦର୍ଶକା ମେରିୟମ କୁଲୁ, ବିଡିଏମ୍ ସଞୀବ ମେହେର ପ୍ରମୁଖ ଯୋଗଦେଇ ଜାପାନିଜ୍ ଏନ୍ ସେଫ୍ରା ଲାଇଟିସ୍ ଟିକା କରଣ ଉପରେ ଜନସାଧାରଣଙ୍କୁ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ଟିକା କରଣ କାର୍ଯ୍ୟକ୍ରମରେ ସମୁଦାୟ ୭୭ ଜଣ ପିଲାଙ୍କୁ ଟିକା କରଣ କରାଯାଇଥିଲା ।

Comments are closed.