ଭଡ଼ା ଘରେ ଚାଲିଥିଲା ଦେହ ବେପାର, ପହଞ୍ଚିଗଲା ପୁଲିସ୍‌

0
150
ଭଡ଼ା ଘରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୦୮/୧୨) : ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ । ରାତି ହେଲେ ଆସୁଥିଲେ ଭଳିକି ଭଳି ଗରାଖ ।

ଭଡ଼ା ଘରେ ଚାଲିଥିଲା ଦେହ ବେପାର । ସବୁବେଳେ ଲୋକଙ୍କ ଗହଳି ସାଙ୍ଗକୁ ଅଚିହ୍ନା ଲୋକଙ୍କୁ ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ଚଢ଼ାଉ କରି ସେଠାରେ ସେକ୍ସ ରାକେଟ ଚାଲୁଥିବା ଜାଣିବାକୁ ପାଇଲା । ପୁଲିସ୍‌ ଉକ୍ତ ଘରୁ ୨ ଯୁବକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ଏପରି ଘଟଣା ମାଲକାନଗିରି ଜିଲ୍ଲା କୁମୁଟିଗୁଡାରେ ଦେଖିବାକୁ ମିଳିଛି ।

କୁମୁଟିଗୁଡାସ୍ଥିତ ଏକ ଭଡ଼ା ଘରେ ଦୀର୍ଘ ଦିନ ହେଲା ସେକ୍ସ ରାକେଟ ଚାଲୁଥିଲା । ଏଠାକୁ ସବୁବେଳେ ଭିନ୍ନ ଭିନ୍ନ ଲୋକେ ଆସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ଏ ନେଇ ଖବର ପାଇ ଗତକାଲି ରାତିରେ ପୁଲିସ୍‌ ଟିମ୍‌ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ଅସଞ୍ଜତ ଅବସ୍ଥାରେ ସେହି ଘରୁ ୨ ଜଣ ଯୁବକ ଓ ୨ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା ।

୨ ଯୁବକଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ଗିରଫ ହୋଇଥିବା ୨ ଜଣ ଯୁବକ ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାର ବୋଲି ଜଣା ପଡ଼ିଛି । ତେବେ ଉଦ୍ଧାର ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ ଝାରସୁଗୁଡାର ଓ ଅନ୍ୟ ଜଣେ ମାଲକାନଗିରିର ବୋଲି ଜଣାପଡ଼ିଛି । ଚଢାଉ ସମୟରେ ମୋବାଇଲ, କିଛି ଟଙ୍କା ଓ ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଛି । ଏପରି ଚଢ଼ାଉ ଆଗକୁ ଜାରି ରହିବା ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି ।