Friday, March 29, 2024

Top 5 This Week

Related Posts

କଂସ ବଦ୍ଧ ସହ ଅରିଗାଁ ଧନୁଯାତ୍ରା ଉଦଘାଟିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୭/୧୨) : ବିନିକା ବ୍ଳକ ଅରିଗାଁ – ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବଦ୍ଧ ସହ ଉଦଘାଟିତ ହୋଇଯାଇଛି ।WhatsApp Image 2022 12 08 at 11.14.53 କଂସ ବଦ୍ଧ ସହ ଅରିଗାଁ ଧନୁଯାତ୍ରା ଉଦଘାଟିତ

କଂସ ବଦ୍ଧ ସହ ଅରିଗାଁ ଧନୁଯାତ୍ରା ଉଦଘାଟିତ । କଂସ ଦରବାର ରେ ଅନ୍ତିମ ରଜନୀ ରେ ମହାରାଜ କଂସ ଙ୍କ ନିମନ୍ତ୍ରଣ କ୍ରମେ ଏବଂ ମହୋତ୍ସବ କମିଟି ସଭାପତି ବିଶ୍ୱମ୍ଭର ମିଶ୍ର ଙ୍କ ଅନୁରୋଧ କ୍ରମେ ପ୍ରଥମ ପର୍ଯ୍ୟାୟ ରେ ମୁଖ୍ୟ ରାଜ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ପାଟଣା ମହାରାଜ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାକୁର ପ୍ରମୁଖ ଯୋଗ ଦେଇଥିଲେ ।

ମହୋତ୍ସବ ର ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ରାଜ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ବିନିକା ସିଦ୍ଧାର୍ଥ ଜୁନିୟର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ, ବିନିକା ସରପଞ୍ଚ ସଂଘ ସଭାପତି ରଜତ ପଧାନ, ପୂର୍ବତନ ସରପଞ୍ଚ ସଂଘ ସଭାପତି ଲକ୍ଷ୍ମଣ ସାହୁ, ସମିତି ସଭ୍ୟ ପ୍ରତାପ ଭୁଏ, ସତ୍ୟନାରାୟଣ ସୁନା, ସମିତି ସଭ୍ୟ ପ୍ରତିନିଧି ବଶିଷ୍ଠ ପଣ୍ଡା, ବ୍ଲକ ଯୁବ ବେଜେଡି ସଭାପତି ପ୍ରତାପ ଚାନ୍ଦ ପ୍ରମୁଖ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ ।

ଅନ୍ତିମ ଦିନରେ ଦରବାର ରେ ଅକ୍ରୁର ସହିତ କୃଷ୍ଣ ବଳରାମ ଙ୍କ ମଥୁରା ଆଗମନ ଏବଂ ମନ୍ତ୍ରୀ ସନ୍ୟ ସହିତ ମହାରାଜ କଂସ ଙ୍କ ବଦ୍ଧ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ଗୋପପୁର ରେ କଂସ ର ଆଦେଶ ରେ ବୃଦ୍ଧ ମନ୍ତ୍ରୀ ଅକୃର ର ଗୋପପୁର କୁ ଆଗମନ ଓ ଅକୃର ସହିତ କୃଷ୍ଣ ବଳରାମ ଙ୍କ ମଥୁରା ପ୍ରବେଶ ନାଟକ ହୋଇଥିଲା । ଅନ୍ତିମ ଦିନରେ ଧନୁଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷାପ୍ରତି କମିଟି ର ସମସ୍ତ ସଦସ୍ୟ ପୂର୍ଣ୍ଣମାତ୍ର ରେ ସହଯୋଗ କରିଥିଲେ ।

Popular Articles