କୋଶଲ ରାଜ୍ୟ ର ନାରାରେ କମ୍ପିଲା ସୋନପୁର, ହରିଶଙ୍କରରୁ – ଭୁବନେଶ୍ୱର ପଦଯାତ୍ରା

0
205
କୋଶଲ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୭/୧୧) : କୋଶଲ ରାଜ୍ୟ ଦାବି ନେଇ ପୁଣ୍ୟପୀଠ ହରିଶଙ୍କରରୁ ବାହାରି ଥିବା ପଦଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ସୋନପୁରରେ ପହଞ୍ଚିଛି ।WhatsApp Image 2022 12 08 at 11.14.08 କୋଶଲ ରାଜ୍ୟ ର ନାରାରେ କମ୍ପିଲା ସୋନପୁର, ହରିଶଙ୍କରରୁ - ଭୁବନେଶ୍ୱର ପଦଯାତ୍ରା

୨୮ ଜଣ ଯୁବକ ବ୍ଲକ ଛକରେ ପହଞ୍ଚିବା ପରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ କମ୍ପି ଉଠିଥିଲା । କୋଶଲ ସାହିତ୍ୟ-ସଂସ୍କୃତି ପରିଷଦ ପକ୍ଷରୁ ପଦଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ସୁବର୍ଣ୍ଣା ନାରୀ ଜାଗରଣ ସମିତି କାର୍ଯ୍ୟାଳୟ ଠାରେ ବରିଷ୍ଠ ଆଇନଜୀବୀ ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ବରିଷ୍ଠ କୋଶଲବାଦୀ ନେତା ତଥା ସାମ୍ବାଦିକ ଗୋରେଖ ସାହୁ କୋଶଲ ଆନ୍ଦୋଳନର ଯାତ୍ରା ନେଇ ତାଙ୍କ ଅନୁଭୂତି ବାଣ୍ଟିଥିଲେ ।

ପ୍ରଫେସର ମୀନା ମହାରଣାଙ୍କ ଆବେଗଭରା ଉଦ୍‌ବୋଧନ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା । ଚଙ୍ଗରିଆ ସରପଞ୍ଚ ତଥା ବରିଷ୍ଠ କୋଶଲବାଦୀ ନେତା ସୁଶୀଳ କୁମାର ଗୁରୁ, ଆଇନଜୀବୀ ସୁବାସ ଆଚାର୍ଯ୍ୟ, ଯୁବରାଜ ବଘାର ପ୍ରମୁଖଙ୍କ ନେତୃତ୍ୱରେ ୨୮ ଜଣ ଯୁବକ ପଦଯାତ୍ରାରେ ବାହାରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ବେଣୁଧର ପ୍ରଧାନ, ମନୋଜ ବାରିକ, ପ୍ରିୟବ୍ରତ ସାହୁ, ଶ୍ରଦ୍ଧାଞ୍ଜଳି ମିଶ୍ର, ଆରତି ଖମାରୀ, ଶେଷଦେବ ମେହେର, ବିଘ୍ନରାଜ ପଣ୍ଡା, ପଦ୍ମଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କୋଶଲ ସପକ୍ଷବାଦୀ ସଂଗଠନକୁ ଏକତ୍ର କରି ଖୁବ୍ ଶୀଘ୍ର ସୋନପୁରରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଆଇନଜୀବୀ ଶ୍ୟାମାଓଁ ପ୍ରସାଦ ମିଶ୍ର ଘୋଷଣା କରିଛନ୍ତି ।

ତେବେ ମଙ୍ଗଳବାର ସୋନପୁରରେ ରାତ୍ରୀ ଯାପନ ପରେ ବୁଧବାର ସକାଳୁ ପଦଯାତ୍ରୀ ମାନେ ପୁଣି ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । ବୁଧବାର ପ୍ରାତଃରେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ଯାତ୍ରା ସଫଳର କାମନା କରି ବାବା ରାମେଶ୍ଵର ଙ୍କୁ ଦର୍ଶନ କରିଥିଲେ । ତେଲନଦୀ ବ୍ରିଜ ନିକଟରେ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ପଦଯାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।