Friday, March 29, 2024

Top 5 This Week

Related Posts

ଲାଞ୍ଚ ନେଇ ଆରଆଇ ନିଲମ୍ବିତ, କହିଥିଲେ଼- ମୋ’ ମୁଣ୍ଡର ଦାମ କ’ଣ ୨ଶହ ଟଙ୍କା ?

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୮/୧୨) : ଲାଞ୍ଚ ନେଇ ଆରଆଇ ନିଲମ୍ବିତ । ‘ମୋ’ ମୁଣ୍ଡ କ’ଣ ୨୦୦ ଟଙ୍କା । ମୁଁ କ’ଣ ୨ ଶହ ଟଙ୍କାରେ ତୁମ କାମ କରିବାକୁ ଏଠାରେ ଚାକିରି କରିଛି । ସବୁ କାମର ଅଲଗା ରେଟ୍‌ ଅଛି । ରେଟ୍‌ ଛିଣ୍ଡାଅ, କାମ କରିବି ।’

ଏକ ଜାତିଗତ ପ୍ରମାଣପତ୍ର କରାଇ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଏପରି ଠାଣି ଦେଖାଇ ୫ ଶହ ନ ହେଲେ କାମ ହେବନି ବୋଲି କହିଥିବା ଆରଆଇ ଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ନିଲମ୍ବିତ ହୋଇଥିବା ରାଜସ୍ୱ ନିରୀକ୍ଷକ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଧୀନ ଦଳାଙ୍ଗ ରାଜସ୍ୱ ମଣ୍ଡଳର ରାଜସ୍ୱ ନିରୀକ୍ଷକ ତାପସ ଜେନା । ଆରଆଇ ତାପସ ଜେନା ଲାଞ୍ଚ ନେବାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ।

ଦଳାଙ୍ଗ ରାଜସ୍ୱ ମଣ୍ଡଳ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଝିଅଙ୍କର ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ । ବାରମ୍ବାର ତହସିଲ ଅଫିସ ଓ ଆରଆଇ ଅଫିସ ଦୌଡ଼ୁଥିଲେ ବି ତାଙ୍କୁ ବାରମ୍ବାର ଫେରିବାକୁ ପଡ଼ୁଥିଲା । ଆରଆଇ ତାପସ ଜେନା ତାଙ୍କୁ ଏଥିପାଇଁ ୫ ଶହ ଟଙ୍କା ମାଗିଥିଲେ । ହେଲେ ସଂପୃକ୍ତ ବ୍ୟକ୍ତି ମାତ୍ର ୨ ଶହ ଟଙ୍କା ଦେବେ ବୋଲି କହିବାରୁ ତାଙ୍କ ଉପରେ ଗର୍ଜିଥିଲେ ଆରଆଇ । ଏପରିକି, ଗୋଟିଏ ଅଫିସରକୁ ଆପଣ ୨ ଶହ ଦେଇ କାମ କରାଇବାକୁ କିପରି ଭାବି ପାରୁଛନ୍ତି ବୋଲି କହିଥିଲେ ।

ଏପରିକି ବ୍ୟକ୍ତିଜଣକ ଟଙ୍କା ନ ଥିବା କହି ବହୁ ନେହୁରା ହୋଇଥିଲେ ବି ଏହାକୁ କର୍ଣ୍ଣପାତ କରି ନ ଥିଲେ ଆରଆଇ । ଶେଷରେ ସମ୍ପୃକ୍ତ ବ୍ୟକ୍ତି ୫ ଶହ ଟଙ୍କା ଦେଇ ଜାତିଗତ ପ୍ରମାଣପତ୍ର ହାସଲ କରିଥିଲେ । ଏହି ଘଟଣାର ଭିଡିଓ ଭାଇରାଇ ହେବା ପରେ ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଭଦ୍ରକ ସିଦ୍ଧେଶ୍ୱର ଵଳିରାମ ବନ୍ଦୋର । ଏହି ଘଟଣାର ଯାଞ୍ଚ ପରେ ଆରଆଇ ତାପସ ଜେନାକୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ।

Popular Articles