ମାଟି ନୁହଁ କଂକ୍ରିଟ ଦରକାର – ବୈପାରୀଗୁଡା ଗ୍ରାମବାସୀ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୯/୧୧): ବୈପାରୀଗୁଡା ଗ୍ରାମବାସି ଆଜି ୩୨୬ନମ୍ବର ଜାତୀୟ ରାଜପଥ ରାସ୍ତା ପାର୍ଶ୍ୱ ମାଟି କାମ ବନ୍ଦ କରି ଲିଙ୍କନ କମ୍ପାନୀ ବିରୋଧରେ ଅଭିଯୋଗ ଆଣିଛନ୍ତି | ବୈପାରୀଗୁଡା ମୁଖ୍ୟ ରାସ୍ତାଦେଇ ଯାଇଥିବା ଜାତୀୟ ରାଜପଥ ଦୁଇ ପାର୍ଶ୍ୱ କଂକ୍ରିଟ ନିର୍ମାଣ ନ ହେବା ଯୋଗୁଁ ରାସ୍ତା ନଷ୍ଟ ହେବାକୁ ବସିଲାଣି ଏବଂ କାଦୁଅ ଲାଗି ଲୋକେ ନାହିଁ ନ ଥିବା ଅସୁବିଧା ଭାଗୁଛନ୍ତି |

ଗତ ଚାରି ବର୍ଷ ପୂର୍ବେ ଲିଙ୍କନ ନାମକ ଏକ ଘରୋଇ ସଂସ୍ଥା ଦ୍ୱାରା ରାଞ୍ଚି ବିଜୟୱାଡା ୩୨୬ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | କିନ୍ତୁ ରାସ୍ତା ଦୁଇ ପାର୍ଶ୍ୱରେ ଥିବା ଡ୍ରେନ ଓ ପିଚୁ ରାସ୍ତାର ମଝିରେ କଂକ୍ରିଟ ନିର୍ମାଣ କରିବା ନିୟମ ଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲାନାହିଁ | ଯୋଦ୍ୱାରା କି ଏହା ମୁଖ୍ୟ ରାସ୍ତା ହୋଇଥିବା ଯୋଗୁଁ କାଦୁଅ ଲାଗି ଲୋକେ ହଇରାଣ ହରକତ ସମ୍ମୁଖୀନ ହେଉଛନ୍ତି | ବର୍ଷାରେ ଡ୍ରେନ ଗୁଡାକ ନଷ୍ଟ ହଉଥିବା ବେଳେ ଘର ଭିତରକୁ ଆବର୍ଜନ ପାଣି ପୋଶୁଛି | ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି ଗ୍ରାମବାସୀ | ପୂର୍ବରୁ ଏହି ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିବା ବେଳେ କିଛି ଦିନ ପୂର୍ବେ କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟlନୁଷ୍ଟାନ ନ ନେବା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି | ଏଣୁ ଅତି ଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଗ୍ରାମବାସୀ ଆଇନକୁ ହାତକୁ ନେବା ସହ ରାଜରାସ୍ତା, ଚକଅଖ ବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ପ୍ରକାଶ କରିଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.