ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା କଲେ ନୂତନ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ

0
188

ରିପୋର୍ଟ : ରଞ୍ଜିତ ବେହେରା //
ଢେଙ୍କାନାଳ,(୧୬/୦୮) : ଆଜି ଜିଲ୍ଲା କାର୍ଯ୍ୟାଳୟସ୍ଥ ଓସ୍ଵନ ହଲ ଠାରେ ନୂତନ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ ପରିଚାଳନା ର ସମୀକ୍ଷା କରିଛନ୍ତି ।

ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା କରିବାକୁ ଯାଇ କରୋନା ସଂକ୍ରମଣ ସଂଖ୍ୟା ଶୂନ ନ ହେବା ପର୍ଯ୍ୟନ୍ତ ସାପ୍ତାହିକ ହାଟ, ଜନଗହଳି ପୂର୍ଣ୍ଣ ସ୍ଥାନ ଆଦିରେ ସର୍ବସାଧାରଣ, ବ୍ୟବସାୟୀ, ଦୋକାନୀ, ଗ୍ରାହକମାନଙ୍କ ଦ୍ବାରା କୋଭିଡ ପ୍ରୋଟୋକଲ ନିୟମ, ମାସ୍କ ପରିଧାନ, ସାମାଜିକ ଦୂରତା ଅନୁପାଳନକୁ କଡାକଡି ଭାବେ ଯାଞ୍ଚ କରିବାକୁ ଏବଂ ଏହାର ଉଲଂଘନ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ନିର୍ବାହୀ ଅଧିକାରୀ ଓ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ସମ୍ପ୍ରତି ହାଇ ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କର ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ନିୟମିତ ଭାବେ ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ହେଲେ ସଂକ୍ରମିତମାନେ ଚିହ୍ନଟ ହେବା ସହିତ ସଂକ୍ରମଣକୁ ରୋକା ଯାଇ ହ୍ରାସ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ସେଥିପାଇଁ ଯାଞ୍ଚ ପ୍ରକ୍ରିୟାକୁ ନିୟମିତ ଜାରି ରଖୁବାକୁ ଜିଲ୍ଲାପାଳ ବିଡିଓ, ତହସିଲଦାର, ନିର୍ବାହୀ ଅଧୁକରୀମାନଙ୍କୁ କହିଛନ୍ତି ।9c4bba0e 4a82 4df7 8eea 4ca11ee244fb ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା କଲେ ନୂତନ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ

୧୫ ଦିନ ଅନ୍ତରରେ ନିୟମିତ ଭାବେ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରି କରୋନା ସଂକ୍ରମଣ ସମ୍ପର୍କରେ ଲୋକମାନଙ୍କୁ ସତର୍କ କରାଇବାକୁ ସେ ବିଭାଗୀୟ ଅଧୁକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଲୋକମାନଙ୍କ ଜୀବନ ଓ ଜୀବିକାକୁ ପ୍ରାଧାନ ଦେବା ସହିତ କରୋନା ସଂକ୍ରମଣ ଯେପରି ସଂପୂର୍ଣ୍ଣ ହ୍ରାସ ପାଇବ ସେଥପ୍ରତି ମଧ୍ୟ ଯତ୍ନବାନ ହେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । 5T ନୀତିକୁ ପ୍ରାଧାନ୍ୟ ଦେଇ ସମସ୍ତ କାର୍ଯ୍ୟ ଟିମ ସ୍ପିରିଟ ରେ କରିବାକୁ ସେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହିତ ଲୋକମାନଙ୍କ ଅଭିଯୋଗ ଶୁଣି ତାହାର ସମାଧାନ ଉପରେ ବିଶେଷ ଗୁରୁତ୍ବ ଦେବାକୁ କହିଛନ୍ତି ।

ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା, ସୁଜାତା ରାଣୀ ମିଶ୍ର , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧୁକାରୀ ଡା , ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ , ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର , ଆପତକାଳୀନ ଅଧିକାରୀ ଶ୍ରୀ ସୃତି ରଞ୍ଜନ ମହାପାତ୍ର , ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ , ହିନ୍ଦୋଳ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।