Friday, March 29, 2024

Top 5 This Week

Related Posts

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୮/୧୨) : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଦେବୀ ଛକରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ସ୍କୁଟିକୁ ଟ୍ରକ୍‌ ଧକ୍କା ହେବାଫଳରେ ଜଣଙ୍କର ମୃତ୍ୟୁ ଘଟିଛି ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଦୀପ ନାଟିଆ । ତାଙ୍କ ଘର ସୋବର ଗାଁ’ର । ଗତକାଲି ପ୍ରଦୀପ ନୂଆଗଡ ଗୋଲେଇ ଛକରେ ଥିବା ନିଜ ଭଡ଼ା ଘରକୁ ସ୍କୁଟି ଯୋଗେ ଯାଉଥିଲେ । ବ୍ରହ୍ମାଣୀଦେବୀ ଛକରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ପ୍ରଦୀପଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପ୍ରଦୀପଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ । ପୁଲିସ ଦୁର୍ଘଟଣା ଗସ୍ତ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । ପ୍ରଦୀପ ୩ ବର୍ଷ ହେବ ବିବାହ କରିଥିଲେ । ତାଙ୍କର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।

Popular Articles