Tuesday, March 19, 2024

Top 5 This Week

Related Posts

ବୃଦ୍ଧାଶ୍ରମ ରେ ଝିଅ ର ଜନ୍ମ ଦିନ ପାଳନକଲେ ସାମ୍ବାଦିକ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୭/୧୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଝାଡ଼ରାଜିଙ୍ଗ ସ୍ଥିତ ଥିବା ବନଦୁର୍ଗା ବୃଦ୍ଧାଶ୍ରମ ରେ ବୁଧବାର ଦିନ ସାମ୍ବାଦିକ ଭାଗବତ ମେହେରଙ୍କ ନିଜ ଝିଅ ପ୍ରତ୍ୟୁଷାପ୍ରିୟଦର୍ଶିନୀ ର ଭିନ୍ନଢଙ୍ଗ ରେ ଜନ୍ମ ଦିନ ପାଳନ ସହ, ସ୍ଥାନୀୟ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ଓ ଶୀତ ବସ୍ତ୍ର ଦେଇ ଜନ୍ମ ଦିନ ପାଳନ କରିଥିବା ଦେଖିବାକୁ ମିଳିଥିଲା ।WhatsApp Image 2022 12 07 at 18.14.42 ବୃଦ୍ଧାଶ୍ରମ ରେ ଝିଅ ର ଜନ୍ମ ଦିନ ପାଳନକଲେ ସାମ୍ବାଦିକ

ଉକ୍ତ ବୃଦ୍ଧାଶ୍ରମ ରେ ଥିବା ଅନାଥ ବୃଦ୍ଧବୃଦ୍ଧା ଙ୍କୁ ଫଳ, ବିସ୍କୁଟ, ଏବଂ ଶୀତ ବସ୍ତ୍ର ଦେଇ ଝିଅ ର ଶୁଭକାମନା ସହ ଆଶିଷ ଭିକ୍ଷା ଗ୍ରହଣ କରିଥିଲେ । ପରେ ସେଠାରୁ ପୁରୁଣା କଟକ ମେଡିକାଲ ରେ ଥିବା ରୋଗୀଙ୍କୁ ଫଳ, ବିସ୍କୁଟ ଓ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । ଏହି ଜନ୍ମ ଦିନ ପାଳନ କାର୍ଯ୍ୟକ୍ରମ ରେ ସାମ୍ବାଦିକ ଭାଗବତ ମେହେର, ସ୍ଵ ଧର୍ମଣୀ ସତ୍ୟଭାମା ମେହେର,ଙ୍କ ସମେତ ଉକ୍ତ ବନଦୁର୍ଗା ବୃଦ୍ଧା ଶ୍ରମ ର କର୍ମଚାରୀ ସନ୍ତୋଷ ବାବୁ, ସୁବ୍ରତ ବେହେରା, ପ୍ରମୁଖ ସହଯୋଗ କରିଥିଲେ ।

Popular Articles