ଚାନ୍ଦିଲିଗୁଡା ସାପ୍ତାହିକ ହାଟକୁ କେବେ ଦୃଷ୍ଟି ଦେବେ ପ୍ରଶାସନ

0
121
ଚାନ୍ଦିଲିଗୁଡା

ରିପୋର୍ଟ : ଲୋକନାଥ ସାହୁ
ଗୁଡାରୀ, (୦୭/୧୨) : ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ୍ ଅନ୍ତର୍ଗତ ଏମ କେ ରାଇ ଗ୍ରାମ ପଞ୍ଚାୟତ ଚାନ୍ଦିଲିଗୁଡ଼ା ଠାରେ ସୋମବାର ଦୀନ ହେଉଥିବା ସାପ୍ତାହିକ ହାଟ କୁ ଅସୁଥିବା ଗ୍ରାମ ବାସୀ ହାଟୁଆ ବାଟୋଇ ଘାଟୋଇ ସମସ୍ତଙ୍କୁ ଅସୁବିଧା ର ସମୂଖୀନ ହେବାକୁ ପଡୁଛି ।WhatsApp Image 2022 12 07 at 18.14.15 ଚାନ୍ଦିଲିଗୁଡା ସାପ୍ତାହିକ ହାଟକୁ କେବେ ଦୃଷ୍ଟି ଦେବେ ପ୍ରଶାସନ

ଜିଲ୍ଲା ପ୍ରଶାସନ ର ଅପାରଗତାକୁ ନେଇ ସମସ୍ତ ହାଟୁଆ ମାନଙ୍କ ମନ ରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକୀ ଗୁଡ଼ାରୀ ବ୍ଲକର ଏକ ମାତ୍ର ହାଟ ରୂପେ ସମୋବର ଚାନ୍ଦିଲିଗୁଡା ଠାରେ ହାଟ ହେଉଥିବା ବେଳେ ଏଠାକୁ ସମସ୍ତ ଗ୍ରାମ ପଞ୍ଚାୟତ ସମିତିର ଅନ୍ତେବାସୀ ମାନେ ଏହି ହାଟ ଉପରେ ନିର୍ଭର କରିଥାନ୍ତି ।

ଏହି ହାଟରୁ ଲୁଗା ପଟା, ଯାବତୀୟ ଗୃହ ଉପକରଣ, ଖାଦ୍ୟ ଶସ୍ୟ ଆଦି କ୍ରୟ କରି ଜୀବିକା ଜିବନ୍ କଟେଇଲା ବେଳେ ଏଠାକୁ ଆସୁଥିବା ବିଭିନ୍ନ ବ୍ୟବସାୟ ଗୋଷ୍ଠି ହାଟ ପଦାର ଅଭାବ ଦୋକାନ ଗୃହର ସମ୍ପୂର୍ଣ୍ଣ ଅବ୍ୟବସ୍ଥା, ଜିଲ୍ଲା ପ୍ରଶାସନର ଉଦାସୀନତା ଯୋଗୁଁ ଏଠାରେ କୌଣସି ସୂ ବ୍ୟବସ୍ଥା ନାହିଁ । ଏହି ହାଟ କୁ ବାହାରୁ ଆସୁଥିବା ବ୍ୟାବସାୟି ମାନଙ୍କ ପାଇଁ ଏକ ସ୍ଥାୟୀ ରେଷ୍ଟସେଡ ନିର୍ମାଣ କରିବା ପାଇଁ ବ୍ୟବସାୟୀ ନିବେଦନ କରିଛନ୍ତି । ଖରା, ବର୍ଷା ଅଦିନିଆ ବର୍ଷାରୁ ରକ୍ଷା ପାଇବା ପାଇଁ କୌଣସି ପ୍ରକାରର ସୁବିଧା ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ କୌଣସି ଶୁଭ ଦୃଷ୍ଟି ଦେବାର ଦେଖାଯାଉ ନାହିଁ । ଆଗାମୀ ଦିନରେ ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ, ଖୋଦ୍ ମୁଖ୍ୟମନ୍ତ୍ରୀ ଏହାର ଦୃଷ୍ଟି ନ ଦେଲା ରାଜ୍ୟ ସରକାରଙ୍କ ରାଜସ୍ୱ ହାନି ସହିତ ନିରିହ ଗାଁ ବାସୀଙ୍କ ଜୀବନ ଜୀବିକା କୁ ସହାୟତା କରୁଥିବା ଏହି ହାଟ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଲୋପ ହୋଇଯିବ । ଯାହାକି ସମସ୍ତଙ୍କର ଚିନ୍ତାର ବିଷୟ ହୋଇ ପଡ଼ିବ ।