ମୁରିବାହାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୦୮/୧୧): ମୁରିବାହାଲ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସଂଗ୍ରାମ କେଶରୀ ନାଏକଙ୍କ ତତ୍ୱାବଧାନରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ମୁରିବାହାଲ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ ୧୦୨ଜଣ ଛାତ୍ରଛାତ୍ରୀଙ୍କୁ ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ୫୦ଜଣଙ୍କୁ ମାଗଣାରେ ଚଷମା ଦେବା ପାଇଁ ଚିହ୍ନଟ କରାଯାଇଥିଲା | ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାର ଚକ୍ଷୁ ସହାୟକ ନରେନ୍ଦ୍ର ପଣ୍ଡା, ପ୍ରଦୀପ ଯୋଶୀ, ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ସହାୟକ ଅରବିନ୍ଦ ଆଚାର୍ଯ୍ୟ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ | ପ୍ରୋଗ୍ରାମ ଅଫିସର ଅମୀୟ ରାଜପଲିଆ (ଵି.ପିଏମ) ଘନଶ୍ୟାମ ମେହେର, ଗୁଣନିଧି ଧରୁଆ, ଜୟଗୋପାଳ ଷଢଙ୍ଗୀ, ଆରଵିଏସ ଟିମ ଡାକ୍ତର ଅକ୍ଷୟ ପୁଟେଲ (ଆୟୁଷ) ଡାକ୍ତର ରାଜେଶ କୁମାର ଅଗ୍ରୱାଲ (ଆୟୁଷ) ଫାର୍ମାସିଷ୍ଟ ସୁନୀଲ କୁମାର ଦାସ, ମକରଧ୍ବଜ ମେହେର ପ୍ରମୁଖ ଉପସ୍ଥିତ ଥାଇ ସହଯୋଗ କରିଥିଲେ |

Comments are closed.