ଡାକ୍ତରଖାନା ବନାମ ଡକାୟତ ଖାନା, ଟଙ୍କା ଅଭାବରୁ ଗରିବ ମହିଳା ଙ୍କ ପିନ୍ଧା ସୁନା ବିକ୍ରୀ 

0
209
ଡାକ୍ତରଖାନା

ରିପୋର୍ଟ : ସଂଧ୍ୟା ବାଗ
ବଲାଙ୍ଗୀର/ଟିଟିଲାଗଡ, (୦୭/୧୨) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଟି, କୋଟି ଟଙ୍କା ମଞ୍ଜୁର ହୋଇ ଆସିବା ସତ୍ତ୍ୱେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ଯୋଜନା ପ୍ରଣୟନ ସଠିକ ରୂପାୟନ ହୋଇ ପାରୁନି । ଡାକ୍ତରଖାନା ବନାମ ଡକାୟତ ଖାନା !

ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରକାର ଯୋଜନା ସତ୍ତ୍ୱେ ଗରିବ ଲୋକଙ୍କ ପାଇଁ ତାହା ପ୍ରହସନ ରେ ପରିଣତ ହୋଇଛି । ବିନା ଟଙ୍କା ରେ ସରକାରୀ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ଙ୍କ ଅର୍ଥଶୋଷଣ ମନୋବୃତ୍ତି ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେବା ଗରିବ ରୋଗୀ ପାଇଁ ସାର ହୋଇଛି । ଏଭଳି ଏକ ଅଭିଯୋଗ ନେଇ ଅସନ୍ତୋଷ ପ୍ରକାଶ ପାଇଛି ଟିଟିଲାଗଡ଼ ସବ ଡିଭିଜନାଲ ସରକାରୀ ଡାକ୍ତରଖାନା ରେ ।WhatsApp Image 2022 12 07 at 18.13.44 ଡାକ୍ତରଖାନା ବନାମ ଡକାୟତ ଖାନା, ଟଙ୍କା ଅଭାବରୁ ଗରିବ ମହିଳା ଙ୍କ ପିନ୍ଧା ସୁନା ବିକ୍ରୀ 

ଅଭିଯୋଗ କ୍ରମେ, ଟିଟିଲାଗଡ଼ ନିକଟସ୍ଥ ତେନ୍ତୁଲିଖୁଣ୍ଟି ଗ୍ରାମ ରୁ ନିଜ ସମ୍ପର୍କୀୟ ଙ୍କୁ କୁନି କୁମ୍ଭାର ନାମ୍ନୀ ଜଣେ ମହିଳା ହାତ ଭାଙ୍ଗି ଯିବାରୁ ଟିଟିଲାଗଡ଼ ଡାକ୍ତରଖାନା କୁ ଆଣିଥିଲେ । ହେଲେ ଡାକ୍ତର ଖାନା ରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ୪୦୦ ଟଙ୍କା ଦେଇ ଏକ ଘରୋଇ ଏକ୍ସ୍ରେକେନ୍ଦ୍ର ରେ କେନ୍ଦ୍ର ରେ ଏକ୍ସ୍ରରେ ଫଟୋ କରିଥିଲେ । ଉକ୍ତ ଫଟୋ ରେ ହାତ ଭାଙ୍ଗି ଥିବା କହି ପ୍ଲାଷ୍ଟର ପାଇଁ କହିଥିଲେ ।

ଉକ୍ତ ମହିଳା ୪୨୦ ଟଙ୍କା ଦେଇ ପ୍ଲାଷ୍ଟର ଓ ପାଉଡର ନିକଟସ୍ଥ ଔଷଧ ଦୋକାନ ରୁ କିଣି ଆଣି ଦେଇଥିଲେ । ସେହିପରି ହାତ ପ୍ଲାଷ୍ଟର କରିବା ପାଇଁ କର୍ମଚାରୀ ଙ୍କୁ ପାଞ୍ଚ ସହ ମାଗିବାରୁ ଦୁଇ ଶହ ଟଙ୍କା ମୂଲଚାଲ କରି ଦେଇ ଥିଲେ । ଏହି ସବୁ ଖର୍ଚ୍ଚ ଟଙ୍କା ତାଙ୍କ ନିକଟରେ ନ ଥିବା ବେଳେ ସେ ବାଧ୍ୟ ହୋଇ ତାଙ୍କ ନାକ ରେ ପିନ୍ଧି ଥିବା ଏକ ସୁନା ନାକ ଫୁଲ ଉକ୍ତ ଡାକ୍ତଖାନା ନିକଟ ରେ ଥିବା ଏକ ପାନ ଦୋକାନ ରେ ଉପାୟ ନ ପାଇ ବିକ୍ରୀ କରି ଦେଇଥିବା ଜଣାଇଛନ୍ତି । ପରେ ଉକ୍ତ ଔଷଧ ଦୋକାନ ରୁ କିଣା ଯାଇଥିବା ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ଲାଷ୍ଟର ଓ ଅନ୍ୟ ସାମଗ୍ରୀ ସବୁ ନେଇ ଉକ୍ତ ପ୍ଲାଷ୍ଟର କରିଥିବା କର୍ମଚାରୀ ୩୫୦ ଟଙ୍କା ରେ ବିକ୍ରୀ କରି ଦେଇଥିଲେ ।

ଏହି ଭଳି ନିତିଦିନ ଏହି ଡାକ୍ତର ଖାନା ରେ ଡ଼ାକ୍ତରଖାନା ରେ ଚାଲିଥିବା ନୀତି ଦିନିଆ ଘଟଣା ରେ ପରିଣତ ହୋଇ ଯାଇଛି । ଜିଲ୍ଲା ଜେ ଏସ ସି ବି ଓ ତରଫରୁ ଏ ନେଇ ଲିଖିତ ଅଭିଯୋଗ ହୋଇଛି, ତୁରନ୍ତ ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରେ ଦୃଢ଼ ଦାବି ହେଉଛି ।