କରଣ ସମାଜ ଗୁରୁତ୍ୱପୂର୍ଣ୍ଣ ସଭା ଅନୁଷ୍ଠିତ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୦୮.୧୧): ଆଜି ଶନିବାର ଦିନ ଅପରାହ୍ନ ୪ଟା ସମୟରେ ବରତୁଣ୍ଡା ବଜାର ପ୍ରାଙ୍ଗଣରେ ପାଇକମାଳ ଓ ଝାର ବନ୍ଦ ବ୍ଲକ୍ ନୃସିଂହନାଥ ଜୋନ କରଣ ସମାଜର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ ଶରତ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରକୃତି ବନ୍ଧୁ ଧିରେନ ମହାନ୍ତି ଉଦେଶ୍ୟ ଜ୍ଞାପନ କରିଥିଲେ ।

ସମାଜ ଯୁବ ବନ୍ଧୁ ପ୍ରଶାନ୍ତ ପଟ୍ଟନାୟକ ଓ ନରେନ୍ଦ୍ର କୁମାର ମହାନ୍ତି ସମାଜ ଭାଇ ମାନଙ୍କୁ ଏକତ୍ରିତ କରି ଆଜି ଵୈଠକରେ ସାମିଲ୍ କରିଥିବାରୁ ତାଙ୍କୁ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା । ବୈଠକରେ ସମାଜର ସ୍ବତନ୍ତ୍ର ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ମହୋତ୍ସବ, ମନ୍ଦିର ନିର୍ମାଣ, ଓ ଧର୍ମଶାଳା ନିର୍ମାଣ ଉପରେ ଆଲୋଚନା କରାଯିବା ସହ ସ୍ବତନ୍ତ୍ର ଏକ ବନ୍ଧୁ ମିଳନ ନୃସିଂହନାଥ ଠାରେ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ନୃସିଂହନାଥ ଜୋନ୍ ଦ୍ଵାରା ଅନୁଷ୍ଠିତ ହେବାକୁ ଥିବା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଦମପୁର ଅଞ୍ଚଳର ସମାଜ ବନ୍ଧୁ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବାପାଇଁ ନିଷ୍ପତି ନିଆଯାଇଥିଲା । ଏପରିକି ପଡୋଶୀ ଜିଲ୍ଲାରୁ ସମାଜର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବାପାଇଁ ନିଷ୍ପତି ନିଆଯାଇଥିଲା । ବୈଠକରେ ନୃସିଂହନାଥ ଜୋନ୍ ର ଝାରବନ୍ଧ ବ୍ଲକ ଓ ପାଇକମାଳ ବ୍ଲକର ସମସ୍ତ ପରିବାରର ସମାଜ ବନ୍ଧୁ ଭାଇ ମାନେ ଯୋଗ ଦେବା ସହ ପଦମପୁର ଅଞ୍ଚଳର ସମାଜ ବନ୍ଧୁ ମାନେ ଯୋଗ ଦେଇଥିଲେ । ଆସନ୍ତା ତା.୧୭.୧୧.୨୦୧୯ରିଖ ରବିବାର ଦିନ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବା ଓ ଏଥି ନିମନ୍ତେ ତା ୧୦.୧୧.୨୦୧୯ରିଖରେ ପୁଣି ଥରେ ପ୍ରସ୍ତୁତି ବୈଠକ ବସିବା ପାଇଁ ନିଷ୍ପତି ହୋଇଛି । ଶେଷରେ ବରିଷ୍ଠ ସାମାଜିକ କର୍ମୀ ପ୍ରମୋଦ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.