ରଜତ ଜୟନ୍ତୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଉଦ୍ଯାପିତ

0
229
ରଜତ ଜୟନ୍ତୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ ।
ଗୁଣୁପୁର, (୭/୧୨) : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁର ତାହାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବର ଶୁଭ ଉଦଘାଟନ ଯଥାବିଧି କରିଅଛି ।WhatsApp Image 2022 12 07 at 12.20.39 ରଜତ ଜୟନ୍ତୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଉଦ୍ଯାପିତ

ଇତ୍ୟବସରରେ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ, ଶିକ୍ଷା ବିକାଶ ସମିତି ଦକ୍ଷିଣ ସଂଭାଗ, ସଂଭାଗ ସଭାପତି ଶ୍ରୀ ରୂପେଶ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଚାର୍ଯ୍ୟ । ଶ୍ରୀମତୀ ସନ୍ତୋଷୀ ମହାପାତ୍ର ସଂଯୋଜନା କରିଥିଲେ । ଆଚାର୍ଯ୍ୟ ଶ୍ରୀମାନ୍ କରନ୍ କଂସବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ବି ଗଜପତି ରାଓ, ସମ୍ପାଦକ ଶ୍ରୀ ସୋମନାଥ ଗୌଡ ଉପସଭାପତି ଶ୍ରୀ ମୀନକେତନ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ପି ଗୋବିନ୍ଦ ରାଓ ଓ ସଂକୁଳ ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଉପସ୍ଥିତ ରହି ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ଓ କାର୍ଯ୍ୟକ୍ରମ ତଦାରଖ କରିଥିଲେ ।