ତିନିଦିନ ପରେ ନିଖୋଜ ସୁନାଧନରଙ୍କ ଶବ ପୋଖରୀରୁ ଉଦ୍ଧାର

ରିପୋର୍ଟ: ଏନ ସନ୍ତୋଷ କୁମାର
ବୈପାରୀଗୁଡା(୦୮/୧୧): ବୈପାରୀଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପୋଡ଼ା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପୋଖରୀରୁ ଆଜି ପୋଲିସ ଓ ଅଗ୍ନିଶମ ବିଭାଗ ଦ୍ୱାରା ଶବ ଉଦ୍ଧାର ହୋଇଥିବା ଜଣାପଡିଛି | ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଗତ ମଙ୍ଗଳବାର ତା୫/୧୧/୨୦୧୯ ରିଖ ଦିନ ଠାରୁ ଚନ୍ଦ୍ରପୋଡ଼ାର ଧବୁଲୁ ଖରାଙ୍କ ପୁଅ ସୁନାଧନର ଖରା (୫୫) ନିଖୋଜ ଥିଲେ ବୋଲି ମୃତ ସୁନାଧରଙ୍କ ପୁଅ ସଦନ ଖରା (୨୩)ପ୍ରକାଶ କରିଛନ୍ତି |

ସୁନାଧର ଗାଇ ଚୋରାଇବାକୁ ଯାଇ ଘରକୁ ନ ଫେରିବାରୁ ପରିବାର ଲୋକେ ଆଖପାଖ ଗାଁରେ ଖୋଜାଖୋଜି କରୁଥିଲେ | ଆଜି ସୁନାଧରଙ୍କ ମର ଶରୀର ଚନ୍ଦ୍ରପୋଡ଼ା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖୀରେ ଥିବା ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେବାପରେ ବୈପାରୀଗୁଡା ଅଗ୍ନିଶମ ବିଭାଗ ସହଯୋଗରେ ପୋଖରୀରୁ ମର ଶରୀର ଉଦ୍ଧାର କରାଯାଇଥିଲା | ବୈପାରୀଗୁଡା ଥାନା ପକ୍ଷରୁ ରମେଶ ଚନ୍ଦ୍ର ଦେବତା ଘଟଣାର ତଦନ୍ତ ଆରମ୍ବ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଅଭି ନାୟକ ହରିଚନ୍ଦ୍ର ଯୋଜନାରେ ୨୦୦୦ଟଙ୍କା ପ୍ରଦାନ କରିଥିଲେ | ସୁନାଧର ଗରିବ ଶ୍ରେଣୀର ହେତୁ ସରକାରୀ ସହାୟତା ଯୋଗାଇବା ପାଇଁ ସାଧାରଣରେ ଦାବୀ ହୋଇଛି |

Leave a Reply

This site uses Akismet to reduce spam. Learn how your comment data is processed.