ଗାଡିଶେଷଖାଲ ଆଶ୍ରମସ୍କୁଲ ଅଚଳାବସ୍ଥାକୁ ସରକାରଙ୍କ ଅଣଦେଖା

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର(୦୮/୧୧): ରାୟଗଡା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ଗାଡି ଶେଷ ଖାଲ ଗ୍ରାମ ପଞ୍ଚାୟତର ସଦର ମହକୁମା ନିକଟସ୍ଥ ଆଶ୍ରମ ସ୍କୁଲ ଅଚଳାବସ୍ଥାରେ ଥିଲେ ମଧ୍ୟ ସରକାରୀ ସ୍ତରରେ ଅଣଦେଖା କରୁଥିବା ଶୁଣିବାକୁ ମିଳୁଛି । ଗତ ଦୁଇ ବର୍ଷ ତଳେ ୨୦୧୫ ମସିହାରେଏହି ବିଲ୍ଡିଂ ୫ ଲକ୍ଷ ଟଙ୍କାର କାମକୁ ସ୍କୁଲ ସଭାପତି ଶ୍ରୀ ଉଗାଦି ହିମିରିକା ଅଧାପନ୍ତରିଆ କରି ଛାଡି ଦେଇଥିଲେ ମଧ୍ୟ କାହାରିକୁ ନଜର ଲାଗୁନଥିବା ସ୍କୁଲର ପ୍ରଧାନ ଶିକ୍ଷକ ସାମେୟା କୁଲିସିକା ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ଗତ ସେପ୍ଟେମ୍ବର ମାସରେ ଗୋଟିଏ ଲିଖିତ ଅଭିଯୋଗ ନାଇଡୁ ମିନିଣିଆକାଙ୍କ ଦ୍ଵାରା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟା ଲଘୁ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକାଙ୍କୁ ଦେଇଥିଲେ । କାରଣ ନିଜେ ଗୋଟିଏ ଦିବ୍ୟାଙ୍ଗ ହୋଇଥିବାରୁ ସବୂକ୍ଷେତ୍ର ରେ ଯାଇପାରୁନାହାଁନ୍ତି ବୋଲି ସେ କହିଛନ୍ତି ଦିବ୍ୟାଙ୍ଗ ଶିକ୍ଷକ ସହଯୋଗ କରିବା ପାଇଁ ମାତ୍ର ଦୁଇଟି ମହିଳା ଶିକ୍ଷୟତ୍ରୀଙ୍କୁ ଦିଆଯାଇଛି | ଏହି ସ୍କୁଲରେ ମୋଟ ଛାତ୍ରଛାତ୍ରୀ ୨୦୧ ଥିବା ବେଳେ ସ୍କୁଲର ଗତିନୀତିର ଅବସ୍ଥା ଠିକ ନାହିଁ କେତେବେଳେ ଯେ କଉ ଛାତ୍ରଛାତ୍ରୀ ଉପରେ ପଡିବ ତାହା ମଧ୍ୟ କହି ହେବ ନାହିଁ ସ୍କୁଲରେ ପାଚେରୀ ନାହିଁ | ପାଇଖାନା ଅଚଳାବସ୍ଥାକୁ ଗାଧୁଆ ଗୃହ ନାହିଁ ଖାନ୍ତ ସବୁ ଫାଟି କି ରହିଛି ତଳର ପ୍ଲରିଂ ଉଠିଯାଇଛି ହେଲେ ମଧ୍ୟ ଜୀବନକୁ ବାଜି ଲଗାଇ ଏହି ଭଙ୍ଗାସ୍କୁଲରେ ପାଠ ପଢାଉଅଛୁ ମୁଁ ବହୁବାର ଅଭିବାବକ ମାନଙ୍କୁ ମଧ୍ୟ ସ୍କୁଲ ଅବସ୍ଥା ଉପରେ କହିଛି | ନୂତନ ସଭାପତି ତାଉଡୁ ହିମିରିକା ,ବ୍ଲକ ଶିକ୍ଷା ଅଧିକାରୀ ଲିଙ୍ଗରାଜ ପାଣିଗ୍ରାହୀଙ୍କୁ ମଧ୍ୟ ସ୍କୁଲ ପରିଦର୍ଶନ କରିବା ପାଇଁ କହିଛି ପରିଦର୍ଶନ କଲାପରେ ହୁଏତ ଶ୍ରେଣୀ ଗୃହ ଦେଖିଲେ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିଦେବେ ହେଲେ ମୋ କଥା କୁ ଶୁଣିବ କିଏ ନା ସରକାରୀ ନା ରାଜନୈତିକ ନେତା ମୁଁ ମୋର କର୍ତ୍ତବ୍ୟ ପାଳନ କରୁଛି ମୋତେ ଶହଯୋଗ କରିବାପାଇଁ ସ୍କୁଲ ପିଅନ ବଚା ମାଧବ, ଏସଏଣ୍ଡଏମଇର ଦୁଇ ମହିଳା ଶିକ୍ଷୟତ୍ରୀ ଏହି ସ୍କୁଲ ସମସ୍ୟା ଉପରେ ପ୍ରକାଶ କରିଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.