Friday, March 29, 2024

Top 5 This Week

Related Posts

ଗୁଳି କରି ଗୋରୁଗାଡ଼ି ଛଡ଼ାଇ ନେଲେ, ପୁଲିସ ଭକୁଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୭/୧୨) : ଏସଟିଏଫ୍‌ ଓ ପୁଲିସ ଉପରକୁ ଆଖି ବୁଜା କଲେ ଗୁଳି ଚାଳନା । ପରେ ଟୋଲଗେଟ୍ ବାରିକେଡ୍ ଭାଙ୍ଗି ଗୋରୁଗାଡ଼ି ଛଡ଼ାଇ ନେଇ ପଳାଇଲେ ଗୋରୁ ମାଫିଆ ।

ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କିରେଇଟାଙ୍ଗିରି ଟୋଲଗେଟ୍ ନିକଟରେ । ଗୁଳି ମାଡ଼ରେ କେହି ମୃତାହତ ହୋଇ ନାହାଁନ୍ତି । ଗତକାଲି ବିଳମ୍ବିତ ରାତିରେ ୫ ଟି କଣ୍ଟେନରରେ ଗୋ-ଚାଲାଣ ହେଉଥିବା ଏସଟିଏଫ୍‌ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ଏସଟିଏଫ୍‌ର ୧୫ ଜଣିଆ ଟିମ୍‌ ଦେବଗଡ଼ରୁ ଗୋରୁ ବୋଝେଇ ଗାଡ଼ିକୁ ପିଛା କରିଥିଲା । କେନ୍ଦୁଝର ଜୁଡ଼ିଆଘାଟିରେ ଗୋରୁ ବୋଝେଇ ଗାଡ଼ିକୁ ସଦର ଥାନା ପୁଲିସ ସହାୟତାରେ ଧରିବାକୁ ଚେଷ୍ଟା କରିଥିଲା ହେଲେ ଗୋରୁ ବୋଝେଇ ଗାଡ଼ିକୁ ଏସ୍କକଟ ଦେଇ ଆଣୁଥିବା ଗୋରୁ ମାଫିଆ ଏସ୍‌ଟିଏଫ୍‌ କର୍ମଚାରୀ ଓ ପୁଲିସ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଏପରକି ୧୦ରୁ ୧୫ ରାଉଣ୍ଡ ଗୁଳିଚାଳନା କରିଥିଲେ।

ଏସ୍‌ଟିଏଫ୍‌ କର୍ମଚାରୀମାନେ ଆତ୍ମରକ୍ଷା ପାଇଁ ସେମାନଙ୍କ ଉପରକୁ ୨ ରାଉଣ୍ଡ ପାଲଟା ଗୁଳି ଚାଳନା କରିଥିଲେ । ପରେ ଗୋରୁ ମାଫିଆମାନେ କିରେଇଟାଙ୍ଗିରି ଟୋଲଗେଟ୍ ବାରିକେଡ୍ ଭାଙ୍ଗି ୩ଟି ଗୋରୁ ବୋଝେଇ କଣ୍ଟେନରଙ୍କୁ ନେଇ ଚମ୍ପଟ ମାରିଥିଲେ । ଅନ୍ୟ ୨ଟି ଗୋରୁ ବୋଝେଇ କଣ୍ଟେନରକୁ ପୁଲିସ ଓ ଏସ୍‌ଟିଏଫ୍‌ କର୍ମଚାରୀ ଜବତ କରିଥିଲେ । କେନ୍ଦୁଝର ଥାନା ପୁଲିସ ଗୋରୁ ବୋଝେଇ ଗାଡ଼ିର ଡ୍ରାଇଭର ଓ ହେଲପରକୁ ଅଟକ ରଖି ପଚରାଉଚରା କରୁଛି ।

Popular Articles