ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ୨୦୧୯

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୦୭/୧୧): ମାଣ୍ଡୋସିଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ୨୦୧୯ ଅନୁଷ୍ଠିତ ହୋଇଯାଇଛି | ସକାଳ ୯ଟାରେ ଉଦ୍ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଯୋଗଦାନ କରିଥିଲେ |

ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ହିମାଦ୍ରୀ ପୁଟା ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ | ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗଦାନ କରି କୋଶଲି ସାହିତ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ | ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅଳତାପ ମହମ୍ମଦ ଯୋଗଦାନ କରିଥିଲେ | ୧୫ଟି କ୍ଲଷ୍ଟର ରୁ ପ୍ରାୟ ୩୧୯ଜଣ ପ୍ରତିଯୋଗୀ ଯୋଗଦାନ କରିଥିଲେ | ସଭାପତି ଭାବେ ଗୋଷ୍ଠୀ ମଣ୍ଡଳ ଅଧିକାରୀ ଚୂଡ଼ାମଣି ବାରିକ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜନକଲାଲ ମେହେର, ସୁରେନ୍ଦ୍ର ପୁରୋହିତ, କୁବେର ରାଣ ମଂଚାସୀନ ଥିଲେ | ମାଣ୍ଡସିଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ଦଣ୍ଡସେନା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ଏହି କାର୍ଯ୍ୟକ୍ରମରେ ମାଣ୍ଡସିଲ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ପୁରାତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.