ପଡ଼ୋଶୀ କୁ ହତ୍ୟା କଲା ପଡ଼ୋଶୀ

0
115
ପଡ଼ୋଶୀ

ରିପୋର୍ଟ : ଓଡିଡ଼ଶ ନ୍ୟୁଜ ୨୪ ବ୍ୟୁରୋ //
ବୀରମିତ୍ରପୁର, (୦୭/୧୨) : ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟି ହତ୍ୟା କଲା ପଡ଼ୋଶୀ । ଏହି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ ଆଣ୍ଠୁଗଢା ଗାଁ’ରୁ ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ସିଲବିରିୟୁସ ଭୂୟାଁ । ତାଙ୍କୁ ୪୦ ବର୍ଷ ହୋଇଥିଲା । ପୁଲିସ ତିନ୍ତୁସ୍ ବାଗେଙ୍କୁ ଗିରଫ କରିଛି । ସିଲବିରିୟୁସ ସନ୍ଧ୍ୟା ସମୟରେ ନିଜ ଘର ସମ୍ମୁଖରେ ଅନ୍ୟ ଗ୍ରାମବାସୀଙ୍କ ସାଙ୍ଗରେ ବସି ନିଆଁ ଜାଳି ସେକି ହେଉଥିଲେ । ଏହି ସମୟରେ ତିନ୍ତୁସ୍ ଏକ କାଠଫାଳିଆ ଆଣି ସିଲବିରିୟୁସଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ପରିବାର ଲୋକେ ସିଲବିରିୟୁସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସିଲବିରିୟୁସଙ୍କୁ ଆକ୍ରମଣ କରିବା ପରେ ତିନ୍ତୁସ୍ ଫେରାର ହୋଇଯାଇଥିଲେ । ପରେ ପୁଲିସ ତାଙ୍କୁ ଗିରଫ କରିଛି । ତେବେ କେଉଁ କାରଣ ପାଇଁ ସିଲବିରିୟୁସଙ୍କୁ ତିନ୍ତୁସ୍ ଆକ୍ରମଣ କଲେ ତାର କାରଣ ଜଣାପଡ଼ି ନାହିଁ । ପୂର୍ବ ଶତ୍ରୁତା ଥିଲା ନା ଅନ୍ୟ କିଛି କାରଣ ଅଛି ତା’ମଧ୍ୟ ଜଣାପଡ଼ି ନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି । ସିଲବିରିୟୁସଙ୍କର ପଡ଼ୋଶୀ ହେଲେ ତିନ୍ତୁସ୍ ।