ଆରମ୍ଭ ହେଲା ପଞ୍ଚକ, ଅଷ୍ଟ ପ୍ରହରୀ ନାମଯଜ୍ଞ

ରିପୋର୍ଟ: ଜଗନ କୁମାର ସେଠି
ଗଞ୍ଜାମ(୦୮/୧୧): ମହା କାର୍ତ୍ତିକ ଧର୍ମ ମାସର ପଞ୍ଚକ ଆରମ୍ଭ ହୋଇଛି । ଏଥିପାଇଁ ଗାଁ ଗହଳିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ ଏକାଦଶୀ ଠାରୁ ପାଞ୍ଚ ଦିନ ପଞ୍ଚକ ଭାବେ ବିବେଚନା କରାଯାଏ।

ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରି ନ ପାରନ୍ତି ସେମାନେ ଏହି ପାଞ୍ଚ ଦିନ ହବିଷ୍ଯ କରିଥାନ୍ତି। ଏଥିପାଇଁ ବିଭିନ୍ନ ମନ୍ଦିରରେ ହବିଷ୍ଯାଳୀ ମାନଙ୍କ ଭିଡ ଦେଖିବାକୁ ମିଳିଛି। ବେଗୁନିଆପଡ଼ାରେ ପଞ୍ଚକ ପାଇଁ ବିଭିନ୍ନ ସାହି ମାନଙ୍କରେ ଅଷ୍ଟ ପ୍ରହରୀ ନାମଜଜ୍ଞ ଆୟୋଜିତ କରାଯାଇଛି। ଜଗତୀ ସାହି, ବିଲୁଆ ସାହି, ଦାସ ସାହି, ତନ୍ତୀ ସାହି ଓ ଗୋଲା ସାହିରେ ଅଷ୍ଟ ପ୍ରହରୀ ନାମଜଜ୍ଞ କରାଯାଉଛି। ସାହି ବାସିନ୍ଦା ମାନେ ଏକତ୍ରିତ ହୋଇ ଏହି ନାମଜଜ୍ଞ କରୁଥିବା ବେଳେ ସାହି ଗୁଡିକରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି।

Comments are closed.