Thursday, October 1, 2020
Home Education & Literacy ବେଗୁନିଆପଡ଼ା ବ୍ଳକରେ ନିଯୁକ୍ତି ପରାମର୍ଶ ଶିବିର ଆୟୋଜିତ

ବେଗୁନିଆପଡ଼ା ବ୍ଳକରେ ନିଯୁକ୍ତି ପରାମର୍ଶ ଶିବିର ଆୟୋଜିତ

ରିପୋର୍ଟ: ଜଗନ କୁମାର ସେଠି
ଗଞ୍ଜାମ(୦୮/୧୧): ଶୁକ୍ରବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ଆୟୋଜିତ ହୋଇଛି ନିଯୁକ୍ତି ପରାମର୍ଶ ଶିବିର | ରାଜ୍ୟ ସରକାରଙ୍କ ଜୀବୀକା ମିଶନ ପକ୍ଷରୁ ଆୟୋଜିତ ଏହି ନିଯୁକ୍ତି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ସଂସ୍ଥା ପକ୍ଷରୁ ଷ୍ଟଲ୍ ଦେଖିବାକୁ ମିଳିଥିଲା |

ବେଗୁନିଆପଡ଼ା ବ୍ଳକର ବିଭିନ୍ନ ପଞ୍ଚାୟତରୁ ବେକାର ଯୁବକ ଯୁବତୀ ମାନେ ଯୋଗ ଦେଇ ନାମ ପଞ୍ଜୀକରଣ କରିଥିଲେ | ଓଡିଶା ଜୀବିକା ମିସନ ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ପ୍ରତିବର୍ଷ ଏହି ଶିବିର କରାଯାଉଛି |୧୮ ବର୍ଷରୁ ୩୫ ବର୍ଷ ବେରୋଜଗାରୀ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପ୍ରଥମେ ପ୍ରଶିକ୍ଷଣ ଦିଆଯିବ ଏବଂ ପ୍ରଶିକ୍ଷଣ ପରେ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି | ମୋଟ ୫୦୨ ଜଣ ବେକାର ଯୁବକ ଯୁବତୀ ରେଜିଷ୍ଟ୍ରେସନ୍ କରିଥିବା ବେଳେ ସିସିଡି, କ୍ଯାପସନ୍ ଏଫ୍ ଏମ୍ ଲିମିଟେଡ ଏନ୍ ଟି ଟି ଏଫ୍ ଜାଗ୍ରତ, ଗ୍ରାମ ତରଙ୍ଗ, ସାହି ଏକ୍ସପର୍ଟ, ବିଦ୍ଯା ଭାରତୀ, ଏଏସ୍ଏମ୍ଏସିଏସ୍ ସିଷ୍ଟମ, ଜେଆର୍ଜି ଓ ଅନ୍ୟାନ୍ୟ ଟ୍ରେନିଂ ପାଇଁ ମୋଟ ୩୮୨ ଜଣ ବେକାର ଯୁବକ ଯୁବତୀ ଫର୍ମ ଦାଖଲ କରିଥିବା ଜଣାପଡିଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: