ଲୋଇସିଂହାରେ ସୁନେତ୍ର କାର୍ଯ୍ୟକ୍ରମ-ରେକର୍ଡ ୭୫ଜଣଙ୍କ ଚକ୍ଷୁଦୋଷ ଚିହ୍ନଟ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୦୮/୧୧): ବଲାଂଗୀର ଚକ୍ଷୁ ବିଭାଗ, ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଡାକ୍ତରଖାନା ପରିସରରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକର ୪୭ ଟି ବିଦ୍ୟାଳୟରୁ ଆସିଥିବା ୧୦୯ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ।

ତନ୍ମଧ୍ୟରୁ ରେକର୍ଡ ସଂଖ୍ୟକ ୭୦ଜଣଙ୍କୁ ଚଷମା ଦିଆଯାଇଥିବା ବେଳେ ୫ଜଣ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ବଲାଂଗୀର ସ୍ଥିତ ଭୀମଭୋଇ ମେଡିକାଲ ହସ୍ପିଟାଲକୁ ପଠାଯାଇଥିଲା । ପୂର୍ବରୁ ଜିଲାର କୌଣସି ବ୍ଲକରେ ସୁନେତ୍ର କାର୍ଯ୍ୟକ୍ରମରେ ଏତେ ସଂଖ୍ୟାରେ ପିଲାଙ୍କ ଚକ୍ଷୁଦୋଷ ଚିହ୍ନଟ ହୋଇ ନ ଥିଲା । ଲୋଇସିଂହା ଡାକ୍ତରଖାନା ଇଂନଚାର୍ଜ ମେଡିକାଲ ଅଫିସର ଡା ସ୍ମିତାରାଣୀ ଶତପଥୀଙ୍କ ତତ୍ୱବାଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡା ସଂଜୀବ କୁମାର ବିଶ୍ବାଳ, ଡା ରଶ୍ମି ପଧାନ, ଡା ମହେଶ୍ଵେତା ପଣ୍ଡା, ଡା ଶୁଭେନ୍ଦୁ ପଧାନ, ଫାର୍ମାସିଷ୍ଟ ଆନନ୍ଦ ବାରିକ, ରାଧେଶ୍ୟାମ ସାହୁ, ବିଦ୍ୟୁତପ୍ରଭା ଦାସ, ପିଏଚଇଓ ରମେଶ ଚନ୍ଦ୍ର ସାହୁ, ବଲାଂଗୀର ଚକ୍ଷୁ ବିଭାଗର କୈଳାସଚନ୍ଦ୍ର ସାମଲ, ମନୋରଞ୍ଜନ ଦୀପ, ବିଇଓ ରୀନା ବେହେରା, ବିଆରଟି ବିଶ୍ୱ ବନ୍ଦିତା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.