ଛାତ୍ରର ଜୀବନ ନେଲା ପିକ ଅପ ଭ୍ୟାନ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ
କାଲିମେଳା(୦୮/୧୧): ଛାତ୍ରର ଜୀବନ ନେଲା ପିକ ଅପ ଭ୍ୟାନ | ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବଡୁଗୁଡା ଗ୍ରାମରେ |

ଜୋଲୁ ହରିଜନ ନାମକ ଛାତ୍ର, ପିତା-ଜଗରନାଥ ହରିଜନ ସ୍କୁଲ ପଢା ଶେଷ କରି ଘରକୁ ଯିବା ସମୟରେ ଏକ ପିକଅପଭ୍ୟାନ ଦ୍ରୁତ ଗତିରେ ମାଡି ଆସି ଚପେଇ ଦେଇଥିଲା | ଛାତ୍ରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା | ଏହି ଘଟଣା ଦେଖି ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ପିକ ଅପଭ୍ୟାନକୁ ପେଟ୍ରୋଲ ପକେଇ ଜାଳି ଦେଇଥିଲେ | ପରେ ଖବର ପାଇ କାଲିମେଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିଛି | ଧକ୍କା ଦେଇଥିବା ଡ୍ରାଇଭର କୁ ପୋଲିସ ହେପାଜୋତରେ ରଖିଛି | ପରେ ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଇ ଥିଲେ | ଲୋକେ ଉତ୍ୟକ୍ତ ହୋଇ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି | ପୋଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛି |

Leave a Reply

This site uses Akismet to reduce spam. Learn how your comment data is processed.