Friday, March 29, 2024

Top 5 This Week

Related Posts

ଜିଲ୍ଲାରେ ଭୋଟର ସଂଶୋଧନ ପ୍ରକ୍ରିୟା ଗତ ନଭେମ୍ବର ଠାରୁ ଆରମ୍ଭ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୬/୧୨) : ଜିଲ୍ଲାରେ ଭୋଟର ସଂଶୋଧନ ପ୍ରକ୍ରିୟା ଗତ ନଭେମ୍ବର ଠାରୁ ଆରମ୍ଭ ହୋଇଛି । ଯୁବ, ମହିଳା, ଦିବ୍ୟାଙ୍ଗ ଓ ଅନ୍ୟ ଯୋଗ୍ୟ ଭୋଟର ନିଶ୍ଚିତ ଭାବେ ଭୋଟର ତାଲିକାରେ ନାମ ଯୋଗ କରିବେ, କୌଣସି ଯୋଗ୍ୟ ଭୋଟର ତାଲିକାରୁ ବାଦ ପଡ଼ିବେ ନାହିଁ ବୋଲି ଜିଲ୍ଲାପାଳ ସ୍ଵଧାଦେବ ସିଂ କହିଛନ୍ତି ।

ଜିଲ୍ଲାରେ ଭୋଟର ସଂଶୋଧନ ପ୍ରକ୍ରିୟା ଗତ ନଭେମ୍ବର ଠାରୁ ଆରମ୍ଭ ହୋଇଛି । ଏଥି ନିମନ୍ତେ ସେ ପ୍ରତି କଲେଜ ଓ ଅନୁଷ୍ଠାନରେ ଭୋଟର ଚିହ୍ନଟ ଶିବିର ମାନ ଆୟୋଜନ କରିବା ସହ ଯୋଗ୍ୟ ଓ ପ୍ରତ୍ୟାଶିତ ଭୋଟରଙ୍କୁ ଚିହ୍ନଟ କରି ପଞ୍ଜିକରଣ କରିବା ନିମନ୍ତେ ଉଭୟ ଉପଜିଲ୍ଲାପାଳ ଓ ଏଗାର ଗୋଟି ବ୍ଲକର ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସେଞ୍ଚୁ ବିଶ୍ଵବିଦ୍ୟାଳୟ, ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଏଲ୍ ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଦିରେ ଭୋଟର ଚିହ୍ନଟ ଓ ସଚେତନତା ଶିବିର ମାନ ଅନୁଷ୍ଠିତ ହୋଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର, ରାୟଗଡ଼ା ବିଡିଓ ଲକ୍ଷ୍ମୀନାରାୟଣ ସାବତ, ରାୟଗଡ଼ା ଜିପିଇଓ ଗୋପାଳ ପଣ୍ଡା ଓ ସମ୍ବଳ ଶିକ୍ଷକ ରୂପେ ନିଳାଞ୍ଚଳ ମିଶ୍ର ଯୋଗଦେଇ ସଚେତନ କରିଥିଲେ । ମଙ୍ଗଳବାର ଏଲ ଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରାପ୍ରାପ୍ତ ଅଧ୍ୟକ୍ଷ ଡ: ପି ଭେଙ୍କେଟେଶ୍ୱର, ଇଂରାଜୀ ପ୍ରାଧ୍ୟାପକ ବଦ୍ରିନାଥ ମହାପାତ୍ର, ରାୟଗଡ଼ା ଜିପିଇଓ ଗୋପାଳ ପଣ୍ଡା ଓ ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ଯୋଗଦେଇଥିଲେ । ଚିହ୍ନଟିକୃତ୍ ୮୩ ଜଣଙ୍କୁ ପଞ୍ଜିକରଣ ସହ ଗଣତନ୍ତ୍ରରେ ଯୁବ ଭୋଟରଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଚଳିତ ଡିସେମ୍ବର ୮ ତାରିଖ ଭୋଟର ସଂଶୋଧନର ଶେଷ ତାରିଖ ଥିବା ବିଡିଓ ଲକ୍ଷ୍ମନାରାୟଣ ସାବତ ପ୍ରକାଶ କରିଛନ୍ତି ।

Popular Articles