ମୁରିବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାପାନିଜ ଏନସେଫାଲାଇଟିସ ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୮/୧୧): ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଭାରପ୍ରାପ୍ତ ଡାକ୍ତର ସଂଗ୍ରାମ କେଶରୀ ନାଏକଙ୍କ ଅଧ୍ୟକ୍ଷତାରେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ମୁରିବାହାଲ ବ୍ଲକର ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ୨ଟି ସିଟିଙ୍ଗ କରି ଜାପାନୀଯ ଏନଶେଫାଲାଇଟିସ ସମ୍ବଦ୍ଧରେ ସଚେତନତା କରିବା ସହିତ ଏକ ବର୍ଷରୁ ପନ୍ଦର ବର୍ଷ ପର୍ଯ୍ୟନ୍ତ ବୟସ ପିଲାଙ୍କୁ ଜାପାନିଜ ଏନସେଫାଲାଇଟିସ ପାଇଁ ଟୀକାକରଣ ସମସ୍ତେ କିପରି ହେଇପାରିବେ ସମସ୍ତ ଶିକ୍ଷକଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ପିତାମାତାଙ୍କୁ ମଧ୍ୟ ସଚେତନତା କରିବା ସହିତ ଏହି ବିଷୟରେ ତାଙ୍କୁ ଅବଗତ କରିବାପାଇଁ ଅନୁରୋଧ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଜଗନ୍ନାଥ ଧରୁଆ, ଡା ଅକ୍ଷୟ କୁମାର ପୁଟେଲ (ଆୟୁସ), ଏ.ଵି.ଓ ଦେବରାଜ ଦାସ , ବି.ପି.ଓ. ଅମୀୟ ରାଜପାଳିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |

Comments are closed.