ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବକକୁ ସଂବର୍ଦ୍ଧିତ

0
132

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୫/୧୨) : ଦୀଲ୍ଲୀ ସ୍ଥିତ ସଂସଦର ସେଣ୍ଟ୍ରାଲ ଭବନ ଠାରେ ଗତ ତା ୦୩/୧୨/୨୦୨୨ ଦିନ, ଭାରତର ପ୍ରଥମ ରାଷ୍ଟ୍ରପତି ଡ଼.ରାଜେନ୍ଦ୍ର ପ୍ରସାଦ ଙ୍କ ଉପରେ କିଛି ଅଭିଭାଷଣ ପ୍ରଦାନ ନିମନ୍ତେ ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ତରଫରୁ ଓଡ଼ିଶାରୁ ଏକ ମାତ୍ର ସ୍ଵେଚ୍ଛାସେବୀ ଶ୍ରୀ ଅକ୍ଷୟ ମିଶ୍ର କୁ ପଠାଯାଇଥିଲା ।

ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବକକୁ ସଂବର୍ଦ୍ଧିତ । ଏହି ଉଚ୍ଛବ ରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିରଲ୍ଲା ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ସାଂସଦ ମାନେ ଉପସ୍ଥିତ ରହିଥିଲେ । ଆଜି ଅର୍ଥାତ୍ ତା ୦୫/୧୨/୨୦୨୨ ଦିନ ଶ୍ରୀ ମିଶ୍ର ଦୀଲ୍ଲୀରୁ ଫେରିଲା ପରେ, ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷ ଡ଼. ପ୍ରଶନ୍ନ କୁମାର ଗନ୍ତାୟତ ପୁଷ୍ପଗୁଚ୍ଛ ଦେଇ ସଂବର୍ଦ୍ଧିତ କରିଥିଲେ । ସେହି ସମୟରେ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଅଶୋକ କୁମାର ସାହୁ,ଶ୍ରୀ ଭାସ୍କର ଗୁପ୍ତା, ଶ୍ରୀମତୀ କେଶବ ଜାନୀ ତଥା ରସାୟନ ବିଜ୍ଞାନ ମୂଖ୍ୟ ଶ୍ରୀ ଏ. ଶ୍ରୀନିବାସ ଉପସ୍ଥିତ ଥିଲେ ।

ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଏହି ଖବର ପାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସୂଚନା ଏହିକି ଯେ ଶ୍ରୀ ମିଶ୍ର ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟର ୨୦୧୯-୨୦୨୨ ବର୍ଷର ଜଣେ ଜାତୀୟ ସେବା ଯୋଜନାର ଭଲ ସ୍ୱେଚ୍ଛ୍ରାସେବୀ ଥିଲେ ।