ମୁରିବାହାଲ ସାମ୍ବାଦିକ ସଂଘ ତରଫରୁ କେନ୍ଦ୍ରାପଡା ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନିନ୍ଦା

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୦୮/୧୧): ବଲାଙ୍ଗିର ଜିଲା ମୁରିବାହାଲ ସାମ୍ବାଦିକ ସଙ୍ଘ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର , ଆକ୍ରମଣ ଘଟଣା ବୃଦ୍ଧି ପାଇଛି | ଗତ କିଛି ଦିନ ପୂର୍ବରୁ କେନ୍ଦ୍ରାପଡା ଓଟିଭି ସାମ୍ବାଦିକଙ୍କୁ ଶାସକ ଦଳର ଜଣେ ସାଂସଦ ଯେଉଁଭଳିଆ ଦୁର୍ବ୍ୟବହାର କଲେ ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ |

ଜଣେ କାର୍ଯ୍ୟରତ ସାମ୍ବାଦିକ କୌଣସି ପ୍ରଶ୍ନ ପଚାରିବା ସମୟରେ ତାର ଉତ୍ତର ଦେବା ବଦଳରେ ହାତଧରି ଟାଣିବା ଓ ଅପମାନିତ କରିବା ଘଟଣାକୁ ତୀବ୍ର ନିନ୍ଦା କରୁଛି ମୁରୀବାହଲ ସାମ୍ବାଦିକ ସଂଘ | ଘଟଣାର ତଦନ୍ତକରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛି | ଏହିପରି ଘଟଣାର ପୁନରାବୃତ୍ତି ହେଉଥିବାରୁ ସାମ୍ବାଦିକ ସୁରକ୍ଷ୍ୟା ଆଇନ ପ୍ରଣୟନ କରାଯାଉ, ସାମ୍ବାଦିକ ମାନଙ୍କର ସ୍ଥାୟୀ ସୁରକ୍ଷ୍ୟା ରାଜ୍ୟ ସରକାର ପକ୍ଷରୁ ଦେବାପାଇଁ ମୁରିବାହାଲ ସାମ୍ବାଦିକ ସଙ୍ଘ ଏହି ସ୍ମାରକ ପତ୍ର ମାଧ୍ୟମରେ ଦାବି ହୋଇଛି | ମୁରିବାହାଲ ସାମ୍ବାଦିକ ସଙ୍ଘର ସଭାପତି ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ବେହେରା, ଦୁର୍ଗାନନ୍ଦ ମହାକୁର, ସୁଦାମ ବଘାର, ସରତପତି ସାଣ୍ଢ , ନିମାଇଁ ଚରଣ ବଘାର, ତରଣୀସେନ ମେହେର, ପ୍ରଫୁଲ ବଘାର, ସୁବ୍ରତ ମହାକୁର, କେଦାର ବଡ଼ଜେନା ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ | ମୁରିବାହାଲ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ପ୍ରତିନିଧି ଏବିଡ଼ିଓ ନରେଶ ଚନ୍ଦ୍ର ବେହେରାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦିଆଯାଇଥିଲା | ସରକାର ଏନେଇ ତୁରନ୍ତ ସାମ୍ବାଦିକ ସୁରକ୍ଷା ନେଇ କଡା ଆଇନ ପ୍ରଣୟନ ସହ ଦୋଷୀ ପ୍ରତି କଠୋର ଦଣ୍ଡ ବିଧାନ କରିବାକୁ ଦାବି ହୋଇଛି |

Comments are closed.