୨ମାସର ଶିଶୁ ସହ ମହିଳା ନକ୍ସଲଙ୍କ ଆତ୍ମ ସମର୍ପଣ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୦୭/୧୧): ଦିନକୁ ଦିନ ଓଡିଶା ସରକାର ମାଓ ଦମନ ଦିଗରେ ଦୃଢ଼ ପଦକ୍ଷେପ ନେବା ସମୟରେ ଆଜି ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିବା ରାୟଗଡା ପୋଲିସ ପାଇଁ ଏକ ସଫଳତା ନିଶ୍ଚୟ | ଆଜି ପାର୍ବତୀ ଓରଫ ରିଙ୍କି ନାମକ ୨୭ବର୍ଷୀୟା ଜଣେ ମହିଳା ନକ୍ସଲ ବଂଶଧରା -ଘୁମୁସରା ନାଗାବଳୀ ଡିଭିଜନର ସକ୍ରିୟ ନକ୍ସଲ ଥିଲେ |

ସେ ଛତିଶଗଡର ବିଜାପୁର ଜିଲ୍ଲାସ୍ଥିତ ବାଚାମ ଗ୍ରାମର ମହିଳା ଅଧିବାସୀ ଜଣକ ୨୦୧୩ମସିହାରୁ ନକ୍ସଲ ଦଳରେ ସକ୍ରିୟ ଅଛନ୍ତି | ସେ ୨୦୧୩ମସିହାରେ କାଡ୍ରାକା ବାନ୍ଦିଲି, ୨୦୧୪ରେ ଧାମନପଙ୍ଗା ଗୁଳିକାଣ୍ଡ, ୨୦୧୬ରେ ଦଙ୍ଗାମତି ଗୁଳିକାଣ୍ଡ ଏବଂ ଜରପା ଗ୍ରାମର ଏସଓଜି ଯବାନଙ୍କ ଉପରେ ଆକ୍ରମଣ, ୨୦୧୮ ଡ଼ିଭିଏଫ ଯବାନଙ୍କ ଉପରେ ଆକ୍ରମଣ ଓ ପାହାପାଦର ଗ୍ରାମର ବାସିନ୍ଦା ରାଜେନ୍ଦ୍ର ସାହୁ ଏବଂ ବାବୁ ପଦର ଗ୍ରାମର ଭୀମ ଦୋରା ନାମକ ବ୍ୟକ୍ତିଙ୍କ ହତ୍ୟାରେ ସେ ସମ୍ପୃକ୍ତ ଥିଲେ | ପୁଣି କଳାହାଣ୍ଡିର ରହୁଳା ଝିମିରି ରିଜର୍ଭ ଫୋର୍ସ ପୋଷ୍ଟରେ ଅଗ୍ନିକାଣ୍ଡ ଘଟାଇବାରେ ସେ ସମ୍ପୃକ୍ତ ଥିଲେ | କିନ୍ତୁ, ସେ ଆଜି ରାୟଗଡାର ପୋଲିସ ଆରକ୍ଷୀ ଅଧିକ୍ଷକ ଡ଼. ଶ୍ରାଭଣା ବିବେକ ଏମଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି | ତାଙ୍କ ବୟାନ ମୁତାବକ ଏହି ସଂଗଠନର ରାଜୁ ନାମକ ଜଣେ ନକ୍ସଲଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ହୋଇଥିଲା | ପରେ ପରେ ସେ ଗର୍ଭବତୀ ହୋଇଥିଲେ | ମହିଳା ନକ୍ସଲ ରିଙ୍କିର ଛୁଆ ଜନ୍ମ ହୋଇ ୨ମାସ ହୋଇଥିବା ବେଳେ ତାଙ୍କୁ ସଂଗଠନରେ ଦୁର୍ବ୍ୟବହାର କରିବା ସହ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ସେ କହିଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.