ଵଂଶଧାରା ନଦୀରୁ ବାଲି ଚୋରା ଚାଲାଣ, ଉପଜିଲ୍ଲାପାଳଙ୍କ ଦ୍ଵାରା ଚଢ଼ାଉ

ରିପୋର୍ଟ:ପ୍ରଦୀପ କୁମାର ପାତ୍ର
ଗୁଣୁପୁର(୦୬/୧୧): ଗୁଣୁପୁର ଉପଜିଲ୍ଲାପାଳ ଡକ୍ତର ଶୀଧେସ୍ୱର ବଳିରାମ ବନ୍ଦର କୌଣସି ବିଶେଷ ସୂତ୍ରରୁ ଖବର ପାଇ ଗୁଣୁପୁର ବଂଶଧାରା ନଦୀ ପଟ୍ଟାରୁ ବେଆଇନ ଚୋରା ବାଲି ବୋଝେଇ ୮ଟି ଚାରିଚକିଆ ଗାଡିକୁ ଜବତ କରିଥିଲେ |

ହେଲେ ଗୁଣୁପୁର ପୋଲିସ ହେପାଜତରୁ ଗୋଟିଏ OD-20-D 8884 ଗାଡି ଘଟଣା ଜାଗାରୁ ଫେରାର ହୋଇଥିବାବେଳେ ଅନ୍ୟ ୭ଗାଡି ମଧ୍ୟରୁ ଦୁଇଟିର କାଗଜପତ୍ର ଠିକ ଥିବାବେଳେ ଅନ୍ୟ ୫ଟି ଗାଡିର କାଗଜପତ୍ର ଠିକ ନ ଥିବା ଏବଂ ବେଆଇନ ବାଲି ଚୋରା ଚାଲାଣ ଗଜପତି ଜିଲ୍ଲାକୁ କରୁଥିବା ଅଭିଯୋଗରେ ସେମାନଙ୍କ ଠାରୁ ଫାଇନ ବାବଦକୁ ୬୫୦୦୦ଟଙ୍କା ଆଦାୟ କରିଥିବା ଗୁଣୁପୁର ଉପଜିଲ୍ଲାପାଳ ଡକ୍ତର ଶୀଧେସ୍ୱର ବଳିରାମ ବନ୍ଦର ସୂଚନା ଦେଇଛନ୍ତି ଏବଂ ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ଜଣାଇଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.