ଭାଲୁ କାମୁଡ଼ାରେ ଜଣେ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ରିପୋର୍ଟ: ଚିତ୍ତରଞ୍ଜନ ବାଗ
ଗୋଲାମୁଣ୍ଡା(୦୭/୧୧): କାଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଡୁଙ୍ଗରି ଗୁଡା ଅଞ୍ଚଳରେ ପୁଣି ଭାଲୁ କାମୁଡ଼ାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି |

ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମର ଶଶି ଅଘରିଆ (୫୫) ଆଜି ଭୋର ସମୟରେ ସେ ନିଜ ଚାଷ ଜମିକୁ ଯିବା ସମୟରେ ଭାଲୁ ଆକ୍ରମଣ କରିଥିଲା | ଗୁରୁତର ଅବସ୍ଥାରେ ଧର୍ମଗଡ ଉପଖଣ୍ତ ଚିକିତ୍ସାଳୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ସୂଚନାଯୋଗ୍ୟ ଏଭଳି ଘଟଣା ଏହି ଅଞ୍ଚଳରେ କ୍ରମାଗତଭାବେ ଘଟି ଚାଲିଥିଲେ ବି ସେଥିପ୍ରତି କାହାର ନଜର ନାହିଁ | ଲୋକେ ସଚେତନ ହେଉନାହାନ୍ତି କି ବନ୍ୟ ବିଭାଗ କର୍ମଚାରୀମାନେ ଲୋକଙ୍କୁ ସଚେତନ କରାଇ ପାରୁ ନ ଥିବା କୁହାଯାଉଛି |

Leave a Reply

This site uses Akismet to reduce spam. Learn how your comment data is processed.