ସେବାଶ୍ରମ ସମସ୍ୟାକୁ ନେଇ ଲିଖିତ ଅଭିଯୋଗ କଲେ ଜିଲ୍ଲାପାଳଙ୍କୁ ନାରାୟଣପୁର ସରପଞ୍ଚ

ରିପର୍ଟ-ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର(୦୭/୧୧): ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣ ପୁର ଗ୍ରାମ ପଞ୍ଚାୟତର ସିରିପୁର ଗ୍ରାମର ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗତ ଦୁଇ ବର୍ଷ ତଳେ ସ୍କୁଲ ଭିତରେ ହତ୍ୟା କରାଯାଇଥିବା ଏକ ବାଳିକାର ବିବରଣୀ ଏବଂ ଷଷ୍ଟଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ବାଳିକା ମାନଙ୍କ ନାମ ଓ ଠିକଣା ସହ ଗତ ଅଗଷ୍ଟ ୨୪ତାରିଖରେ ମାଗିଥିଲେ ରିପୋର୍ଟ ସରପଞ୍ଚ ଶ୍ରୀମତୀ ବିଜୟ ଲକ୍ଷ୍ମୀ ତିମାକା |

ହେଲେ( ଏସେସଡ଼ି) ସିରିପୁର ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ଚିଚୁଆନ ସରପଞ୍ଚଙ୍କ ଲିଖିତ ଚିଠି ଉପରେ କୌଣସି ଗୁରୁତ୍ତ୍ୱ ଦେଇ ନ ଥିବା ସରପଞ୍ଚ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସରପଞ୍ଚ ହିସାବରେ ପଞ୍ଚାୟତର ସବୁ ପ୍ରକାର ବିବରଣୀ ସରପଞ୍ଚଙ୍କ ପାଖରେ ଥିବା କଥା କିନ୍ତୁ ସିରିପୁର ସ୍କୁଲର କୌଣସି ପ୍ରକାର ତଥ୍ୟ ଦେବାକୁ ଚାହୁଁନାହାନ୍ତି ପ୍ରଧାନ ଶିକ୍ଷକ | ପୁଣି ସେପ୍ଟେମ୍ବର ୨୭ ତାରିଖରେ ଆଉ ଏକ ଲେଖା ଦେଲି ଗତ ବର୍ଷର ଆର୍ଥିକ ସହାୟତା କେତେ ଆସିଥିଲା କୋଉ ବାବଦରେ କେତେ ଖର୍ଚ୍ଚ ହେଲା ସରକାରୀ ତାଲିକା ହିସାବରେ ତାହାର ନକଲ କପି ପଞ୍ଚାୟତକୁ ପ୍ରଧାନ ଶିକ୍ଷକ ଦେବା ପାଇଁ ହେଲେ ମଧ୍ୟ କୌଣସି ଗୁରୁତ୍ତ୍ୱ ଦେଉନାହାଁନ୍ତି | ସରପଞ୍ଚ ଓ ଅଭିବାବକଙ୍କ ଲିଖିତ ପତ୍ରକୁ ବେଖାତିର କରୁଛନ୍ତି, ଅଭିଯୋଗ ହୋଇଥିବା ସତ୍ୱେ ଚିଚୁଆନ ମହାଶୟ କୌଣସି ପ୍ରକାରେ ଅନୁଷ୍ଟାନର ତଥ୍ୟ ନ ଦେବାରୁ ସରପଞ୍ଚ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିକଟକୁ ଯାଇଥିଲେ ଜିଲ୍ଲାପାଳ ଉପସ୍ଥିତ ନ ଥିବାରୁ କିରାଣୀଙ୍କୁ ଲିଖିତ ପତ୍ର ଦାଖଲ କରି ଫେରିଥିବା ବେଳେ ବିଡ଼ିଓ ଅନୁପ କୁମାର ପଣ୍ଡା, ଡବ୍ଲୁଇଓ ଚନ୍ଦନ ଦାସ ବାଙ୍ଗରି, ଡ଼ିଡବ୍ଲୁଇଓ ଏନ ବିଶ୍ବାଳ, ଉପଜିଲ୍ଲାପାଳ, ପିଡି ସମେତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟା ଲଘୁ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରାକାଙ୍କ ଅବଗତ ନିମନ୍ତେ ପ୍ରେରଣା କରାଯାଇଥିବା ପ୍ରକାଶ କରିଛନ୍ତି |

Comments are closed.