କାର୍ତ୍ତିକ ମାସରେ ଶିବଙ୍କୁ ଲକ୍ଷେ ବେଲପତ୍ର

ରିପୋର୍ଟ: ଜଗନ କୁମାର ସେଠି
ଗଞ୍ଜାମ(୦୭/୧୧): ପବିତ୍ର କାର୍ତ୍ତିକ ମାସକୁ ଦୋୖବିକ ବା ପୁର୍ଣ୍ୟ ମାସ ରୂପେ ଶାସ୍ତ୍ରନୁସାରେ କୁହାଯାଇଥାଏ | ଏହି ମାସରେ ବିଭିନ୍ନ ଦେବଦେବୀଙ୍କୁ ବହୁ ଆଡମ୍ବରରେ ପୂଜା କରାଯାଏ | ଯାହାଦ୍ୱାରା ଗଞ୍ଜାମ ଜିଲ୍ଲା କୋଦଳାର ଶ୍ରୀ ଆରାଧ୍ୟ ଠାକୁର ଶ୍ରୀ ଦଣ୍ଡିଶ୍ୱର ମହାପଭୁଙ୍କ ପାଇଁ ଏହି କାର୍ତ୍ତିକ ମାସରେ ଲକ୍ଷେ ବେଲପତ୍ର ଅର୍ପଣ କରାଯାଇଥାଏ |

ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଭଗବାନ ଶିବଙ୍କ ଲାଗି ଅଞ୍ଚଳର ବହୁ ବ୍ୟକ୍ତି ଜଙ୍ଗଲ ଅଭିମୁଖେ ବେଲପତ୍ର ଆଣିବା ପାଇଁ ବାହାରିଥିଲେ | ଗ୍ରାମର ପ୍ରାୟ ଏକଶହ ବ୍ୟକ୍ତି ବେଲପତ୍ର ତୋଳିବା ନିମନ୍ତେ ଜଙ୍ଗଲ ମଧ୍ୟରେ ବୁଲି ଲକ୍ଷେ ବେଲପତ୍ର ଯୋଗାଡ଼ କରିଥାନ୍ତି | ଏହି ଲକ୍ଷେ ବେଲପତ୍ର ଭଗବାନ ଶିବଙ୍କ ମସ୍ତକରେ ଅର୍ପଣ କରିବା ଦ୍ୱାରା କୌଣସି ଶୁଭ ସଙ୍କେତର ବାର୍ତ୍ତା ମିଳିଥାଏ ବୋଲି ଲୋକମାନେ ଆଶା କରିଥାନ୍ତି | ଏବଂ ଯଂଜ୍ଞ ହେବା ଲାଗି ଶୁଭ ମନାସି କରାଯାଏ | ଶ୍ରୀ ଦଣ୍ଡିଶ୍ୱରଙ୍କ ଲକ୍ଷେ ବେଲପତ୍ର ଲାଗି କମିଟି ପକ୍ଷରୁ ବିଭିନ୍ନ ଆଲୋଚନା କରାଯାଇଥିଲା | ଏଥିରେ ଶ୍ରୀ ବୁଲୁ ପାଢ଼ୀ, ଭଗବାନ ପାଢ଼ୀ, ବାବୁଲା ପାଢ଼ୀ,କାଳିଆ ନାୟକ, ବୁଢ଼ା ମହାପାତ୍ର, ସୁବାଷ ପାଢ଼ୀ, ଗୋପାଳ ସାହୁ, ଦେବରାଜ ସେଠୀ, ରତ୍ନାକର ପ୍ରଧାନ ବାବୁ ଦୋରା ପ୍ରମୁଖ ଅନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.