Friday, March 29, 2024

Top 5 This Week

Related Posts

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୫/୧୨) : ଆଜି ଦିବା ୧୦ ଘଣ୍ଟା ସମୟରେ ଭବାନୀପାଟଣା ବ୍ଲକ୍ ର କୃଷି ସୂଚନା ପରାମର୍ଶ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ୨୦୨୨ ପାଳିତ ହୋଇଥିଲା ।

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ୍ ଅଧ୍ୟକ୍ଷତା କରିଥିଲେ । ଉକ୍ତ ସଭାରେ ମୃତ୍ତିକା, ମୃତ୍ତିକାର ସ୍ୱାସ୍ଥ୍ୟ, ମୃତ୍ତିକା ପରୀକ୍ଷାର ଉଦ୍ଦେଶ୍ୟ ଉପରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ସଭାରେ ଉପସ୍ଥିତ ଥିବା ଚାଷୀ, କୃଷକ ମାନଙ୍କୁ ମୃତ୍ତିକାର ଗୁଣବତ୍ତା ବଜାୟ ରଖିବା ସହ ମୃତ୍ତିକା କ୍ଷୟକୁ ରୋକିବାର ବିଭିନ୍ନ ଉପାୟ ଉପରେ ଅବଗତ କରା ଯାଇ ଥିଲା । ପ୍ରଥମ ଥର ପାଇଁ ବିଶ୍ଵ ମୃତ୍ତିକା ଦିବସ ଉପଲକ୍ଷେ ଥୁଆପଦର୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ ତଲବେଲଗାଁ, ଶ୍ରିପୂର୍, ଚହଗାଁ, ପଲ୍ସିଝରନ୍, ଉଦେୟପୁର ରୁ ୨୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ସ୍ୱାଗତ ଭାଷଣ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ । ଉଦ୍ୟାନ ଉପ କୃଷି ନିର୍ଦ୍ଦେଶକ ଶ୍ରୀ କିଶୋର ମହାଲିଂ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ବସନ୍ତ ନାୟକ,ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଏ କେ ଆଚାର୍ଯ୍ୟ,କୃଷି ବିଜ୍ଞାନ କେନ୍ଦ୍ର ତଥା ଆଞ୍ଚଳିକ ସଂପ୍ରସାରଣ କେନ୍ଦ୍ରର କୃଷି ବୈଜ୍ଞାନିକ ଡ ଏ ପଣ୍ଡା, ଭବାନୀପାଟଣା ସ୍ଥିତ କୃଷି ବିଦ୍ୟାଳୟର ଡ଼ିନ ଡ ଏସ୍ କେ ତ୍ରିପାଠୀ, ମୃତ୍ତିକା ରସାୟନବିତ ଶ୍ରୀ ଶୁଭେନ୍ଦୁ କର ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ଯୋଗଦେଇ ତାଙ୍କର ମତାମତ ପ୍ରଦାନ ସହ ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ ।

ସଭାରେ ବିଧାୟକ ଭବାନୀପାଟଣାଙ୍କର ପ୍ରତିନିଧି ଶ୍ରୀ ମନୋଜ କୁମାର ସାହୁ ଓ ଆତ୍ମା ର ଚେୟାରମେନ ଶ୍ରୀ ସଚ୍ଚିଦାନନ୍ଦ ମହାକୁଡ ଏହି ପ୍ରକାର ସଭାର ଆୟୋଜନ ବ୍ଲକ୍ ତଥା ପଞ୍ଚାୟତ ସ୍ତରରେ କରିବା ନିମିତ୍ତ ମତାମତ ପ୍ରଦାନ କରିଥିଲେ । ସଭାକୁ ପରିଚାଳନା କରିବା ନିମନ୍ତେ ଭବାନୀପାଟଣା ବ୍ଲକ୍ ର କୃଷି ବିଭାଗର କର୍ମଚାରୀ ଓ ମୃତ୍ତିକା ପରୀକ୍ଷାଗାର, ଭବାନୀପାଟଣାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Popular Articles