ଚିଟଫଣ୍ଡ ଠକେଇରେ କ୍ଷତି ଗ୍ରସ୍ତ ଜମାକାରୀ ଆନ୍ଦୋଳନ ପାଇଁ ସଜବାଜ

ରିପୋର୍ଟ -ଭୋଜରାଜ ବରିହା
ପାଟଣାଗଡ଼(୦୬/୧୧): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଧର୍ମଶାଳାଠାରେ ଚିଟଫଣ୍ଡ ଠକେଇରେ କ୍ଷକ୍ତି ଗ୍ରସ୍ତ ଜମାକାରୀ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି |

ଏଥିରେ କ୍ଷତି ଗ୍ରସ୍ତ ମିଳିତ ମଞ୍ଚର ବନମାଳୀ ନାଏକ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜ୍ୟ ଉପସଭାପତି ତଥା ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଚିଟଫଣ୍ଡ କମ୍ପାନୀର ଶିକାର ହେଇ କ୍ଷତି ଗ୍ରସ୍ତ ବଲାଙ୍ଗୀର ଜିଲ୍ଲାର ସମସ୍ତ କ୍ଷତିଗ୍ରସ୍ତ ଜମାକାରୀ ମାନଙ୍କୁ ଚିହ୍ନଟ କରି ଟଙ୍କା ଫେରାଇବାକୁ ସରକାରଙ୍କ ଆନ୍ତରିକତା ନ ଥିବା ଯୋଗୁଁ ତିବ୍ର ଅସନ୍ତୋଷ ଦେଖାଦେଇଛି ବୋଲି ମତବ୍ୟକ୍ତ କରିଥିଲେ | ଏକତ୍ରିତ ହୋଇ ଆନ୍ଦୋଳନ ପାଇଁ ସଜବାଜ ହୋଇଥିବା ଜଣାପଡିଛି | ଏହି ବୈଠକରେ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କ ପାଖରେ ଦାବି କରିବାକୁ ନିଷ୍ପତ୍ତି ନିଆଯାଇଥିଲା |

ଏଥିରେ ବନବିହାରୀ ବୁଡେକ, ଲଲିତ ଦୀପ, ବିପିଦ୍ର ପୁଟେଲ, ଲବପୁଟେଲ, ନବକୁମାର କ୍ଷେତି ପ୍ରମୁଖ ଆଲୋଚନା କରିଥିବା ବେଳେ ବଲାଙ୍ଗୀର ଜିଲ୍ଲା ଚିଟଫଣ୍ଡ ଠକେଇରେ କ୍ଷକ୍ତି ଗ୍ରସ୍ତ ଜମାକାରୀ ଆନ୍ଦୋଳନର ତିବ୍ରତର ପାଇଁ ଦଶହଜାର ଜମାକାରୀ ଆନ୍ଦୋଳନ ସାମିଲ ହୋଇ ଉପଜିଲ୍ଲାପାଳ ପାଟଣାଗଡ଼ କାର୍ଯ୍ୟାଳୟ ଘେରାଉ କରିବା ଯିବା ସହ ଚିଟଫଣ୍ଡ କମ୍ପାନୀ ମାଳିକ ମାନଙ୍କୁ ଗିରଫ କରିବା ପାଇଁ ଦାବି ପତ୍ର ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଥିଲା |

Comments are closed.