ଧୁମଧାମରେ ବୈପାରୀଗୁଡା ପରବ ୨୦୧୯ ପାଳିତ

ରିପୋର୍ଟ: ଏନ ସନ୍ତୋଷ କୁକମର
ବୈପାରୀଗୁଡା(୦୬/୧୧): କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ବ୍ଲକ ସ୍ତରୀୟ ପରବ ପାଳନ କରୁଥିବା ବେଳେ ଗତ କାଲି ଚଳିତ ବର୍ଷର ବୈପାରୀଗୁଡା ବ୍ଲକ ପରବ ୨୦୧୯ଉଦଯାପନ ହୋଇଯାଇଛି | ଗତ ସୋମବାର ଦିନ ବୈପାରୀଗୁଡା ସ୍ଥିତ ପ୍ରସିଦ୍ଧ ବିରଖମ୍ବ ପୋଲରୁ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କରକମଳରେ ମଶାଲ ଜାଳି ପରବ ୨୦୧୯ଉଦଘାଟନ କରିଥିଲେ |

ଗତ କାଲି ବିଳମ୍ବିତ ରାତିରେ ଏହି କାର୍ଯ୍ୟକ୍ରମର ଉଦଯାପନ ହୋଇଯାଇଛି | ଜିଲ୍ଲା କ୍ରୀଡା ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବୈପାରୀଗୁଡା ବ୍ଲକ ସ୍ତରୀୟ ପରବ ୨୦୧୯ର ଉଦଯାପନ ଉତ୍ସବର ମୁଖ୍ୟ ଅତିଥି କୋରାପୁଟ ବିଧାୟକ ରଘୁରାମ ପଡାଲ, ସମ୍ମାନୀତ ଅତିଥି କୋରାପୁଟ ଜିଲ୍ଲା ପରିଷଦ ଅଧକ୍ଷl ତୁଳସୀ କ୍ରିଷନି, ଉପଧାକ୍ଷ ନରସୁଲୁ କାମୁଡି, ସ୍ଥାନୀୟ ବ୍ଲକ ଅଧକ୍ଷା ସରୋଜିନୀ କାଣ୍ଡିକି, ଜିଲ୍ଲା ପରିଷଦ ସଭ୍ୟା ହୀରାମଣି ପୂଜାରୀ ଉପସ୍ଥିତ ରହିଥିବାବେଳେ ଉପଧାକ୍ଷ ଟିଲୋଚନ ଜେନା ମଞ୍ଚ ପରିଚାଳନା କରିଥିଲେ |

ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରୁ ଦୁରୁଆ ନାଚ ଦର୍ଶକଙ୍କ ମନ ଜିଣିନେଇଥିବା ବେଳେ ନିକଟରେ ଆଦିରାଣୀ ମୁକୁଟ ପାଇଥିବା ପଲ୍ଲବୀ ଦୁରିଆଙ୍କୁ ସମ୍ମାନ କରାଯାଇଥିଲା | ବିଭିନ୍ନ ପ୍ରତିଯୋଗିତାର ନାଚ ଗୀତ ମଧ୍ୟରୁ ରେଞ୍ଜଡି, ଢେମସା, ଦାଣ୍ଡlବାଲିଆ, ବିଭିନ୍ନ ସମ୍ପ୍ରଦାୟ ଲୋକଗୀତ, ଗୀତକୁଡିଆ, ମହୁରୀଆ, ବଂଶୀ ବାଦକ ଓ କ୍ରୀଡା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା କଳାକର ଓ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ଅତିଥିମାନେ | ଏହି କାର୍ଯ୍ୟକ୍ରମକୁ ବୈପାରୀଗୁଡା ବିଡ଼ିଓ ରାଜିନୀ କାନ୍ତ ଦାଶ ପରିଚାଳନା କରିଥିଲେ |

ବ୍ଲକ୍ ର ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ଓ ବିଭିନ୍ନ ଦଳୀୟ କର୍ମଚାରୀ ବ୍ଲକ ପ୍ରଶାସନିକ ଅଧିକାରୀ, ବିଭିନ୍ନ ସ୍ବେଛାସେବୀ,ସ୍ୱୟଂ ସହlହିକା, ଅନୁଷ୍ଠାନର କର୍ମଚାରୀ,ସ୍ଥାନୀୟ ଅଗ୍ନିଶମ ବିଭାଗ, ପୋଲିସ ବିଭାଗ ମାନେ ଉପସ୍ଥିତ ରହି କାର୍ଯ୍ୟକୁ ସୁଚାରୁ ରୂପରେ ତୁଲାଇ ଥିଲେ |

Comments are closed.