କିଡ୍ନୀରୋଗରେ ଆକ୍ରାନ୍ତ ପୂର୍ବତନ ଛାତ୍ରଛାତ୍ରୀଙ୍କୁ +୨କଲେଜ ପକ୍ଷରୁ ଆର୍ଥିକ ସହାୟତା

ରିପୋର୍ଟ: ଏନ ସନ୍ତୋଷ କୁମାର
ବୈପାରୀଗୁଡା(୦୬/୧୧): କିଡ୍ନୀରୋଗରେ ଆକ୍ରନ୍ତ +୨କଲେଜର ଦୁଇ ପୂର୍ବତନ ଛାତ୍ର ଓ ଛାତ୍ରୀଙ୍କୁ ଆର୍ଥିକ ସହାୟତା କଲେ ଶହୀଦ ଲକ୍ଷ୍ମଣ ନାୟକ କଲେଜର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା | ବୈପାରୀଗୁଡାର ଷ୍ଟେଟ ବ୍ୟାଙ୍କ ନିକଟରେ ଏକ ଛୋଟ ପାନ ଦୋକାନ କରି ରହୁଥିବା ଏମ.ପୁରୁଷୋତ୍ତମ ଚୌଧୁରୀଙ୍କ ବଡ଼ ଝିଅ ଏମ ତୃପ୍ତି ଚୌଧୁରୀ ଓ କାଠମିଲ ସାହିର ଭିନ୍ନକ୍ଷମ ଗଗନ ପାତ୍ରଙ୍କ ପୁଅ ଜୀତେନ୍ଦ୍ର ପାତ୍ର ଉଭୟଙ୍କ କିଡ୍ନୀରୋଗରେ ଆକ୍ରାନ୍ତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା |

ଆର୍ଥିକ ଅଭାବ ଖବର ଜାଣି ଆଜି ବୈପାରୀଗୁଡା ଶହୀଦ ଲକ୍ଷ୍ମଣ ନାୟକ +୨କଲେଜର ପକ୍ଷରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମଧ୍ୟରେ ଅର୍ଥ ଯୋଗାଡ଼ କରିଥିଲେ | ସେହି ଆଦାୟ ଅର୍ଥ ତୃପ୍ତିଙ୍କ ପାଇଁ ପାଞ୍ଚ ହଜାର ଓ ଜୀତେନ୍ଦ୍ରଙ୍କ ପାଇଁ ପାଞ୍ଚ ହଜାର ଉଭୟଙ୍କ ବାପାଙ୍କୁ ପ୍ରଦାନ କରାଯାଇଛି | ଚିକିତ୍ସା ପାଇଁ ଏହି ଆର୍ଥିକ ସହାୟତା କରାଯଇଛି ବୋଲି କହିଛନ୍ତି +୨ ଅଧ୍ୟକ୍ଷ କୁମୁଦ ରଞ୍ଜନ ମହରଣl | ଏବେ ତୃପ୍ତି କଟକ ବଡ଼ ମେଡିକାଲରେ ଓ ଜୀତେନ୍ଦ୍ର ଆନ୍ଦ୍ରପ୍ରଦେଶର ବିଶାଖାପାଟଣା ମେଡିକାଲରେ ଚିକିତ୍ସା ଜାରିରହିଛି ବୋଲି ପରିବାର ଲୋକେ କହୁଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.